ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କାର୍ଯ୍ୟାଳୟରେ ଚାକିରୀ ଦେଇ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ: ଘଟଣାସ୍ଥଳକୁ କାଲି ଯିବେ ରାଜ୍ୟ ଭିନ୍ନକ୍ଷମ କମିଶନ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଚାକିରୀ ଦେବା ପରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ। ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ମହାସଂଘ କାର୍ଯ୍ୟାଳୟରୁ ସଙ୍ଗୀନ ଅଭିଯୋଗ। ଘଟଣାକୁ ଗମ୍ଭୀରତାର ସହ ନେଇ ଆରମ୍ଭ ହୋଇଛି ତଦନ୍ତ। ଆସନ୍ତାକାଲି ଘଟଣାସ୍ଥଳ ଯିବେ ରାଜ୍ୟ ଭିନ୍ନକ୍ଷମ କମିଶନ । ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯିବ। ଯେଉଁମାନଙ୍କ ବିରୋଧରେ ପ୍ରମାଣ ମିଳିବ, ଦୃଢ଼ କାଯ୍ୟାର୍ନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନ ଅଧକ୍ଷା।

ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ବିରୋଧରେ ଅଭିଯୋଗ ଆଣି ଗତ ନଭେମ୍ବର ମାସରେ ଜଣେ ଅନ୍ତେବାସୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ମାମଲାକୁ ୩ମାସ ବିତିଥିଲେ ମଧ୍ୟ ଚୁପ୍‌ ବସିଛି କମିଶନରେଟ ପୋଲିସ। ଅଡିଟ ପାଇଁ ଆସୁଥିବା ଅଧିକାରୀଙ୍କୁ ମଧ୍ୟ ସମ୍ପାଦକ ଝିଅ ଯୋଗାଉଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ମିଛ ବୋଲି କହିଛନ୍ତି ସଂସ୍ଥାର କିଛି କର୍ମଚାରୀ। ଅଭିଯୋଗ ପରେ କମିଶନରେଟ ପୋଲିସ ଚୁପ ବସିବା ନେଇ ଉଠିିଛି ପ୍ରଶ୍ନ। ତଦନ୍ତ ପାଇଁ କିଏ ଚାପ ପକାଉଛି କି ?

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.