Below header

ରାକ୍ଷୀ ନିଜ ବିବାହ ସମ୍ପର୍କରେ କହିଲେ ଏମିତି କଥା, ଧମକ ପାଇବାରୁ ରିତେଶଙ୍କୁ କରିଥିଲି ବିବାହ

ମୁମ୍ବାଇ :  ରିୟଲିଟି ଶୋ ‘ବିଗ୍‌ ବସ୍‌ ୧୪’ ରେ ଯୋଗ ଦେଇଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵାନ୍ତ ନିଜର ବିବାହକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ହେଲେ ରାକ୍ଷୀଙ୍କ ପତି ରିତେଶଙ୍କୁ କେହି କେବେ ଦେଖିନାହାଁନ୍ତି । ଶୁଣିବାକୁ ମିଳିଥିଲା ଯେ ରିତେଶ କୁଆଡେ ବିଗ୍‌ ବସ୍‌ ଘରେ ଏଣ୍ଟି୍ର କରିବେ । ହେଲେ ତାହା କେତେ ସତ୍ୟ ତ ଜଣାପଡ଼ିନାହିଁ । କିନ୍ତୁ ରାକ୍ଷୀ ତାଙ୍କର ବିବାହକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

rakshi
photo credit: punjabkesari.com

ଶନିବାର ବିଗ୍‌ ବସ୍‌ରେ ଏକ ମିଡିଆ ସ୍ପେସାଲ ରଖାଯାଇଥିଲା । ଏଥିରେ ରାକ୍ଷୀଙ୍କୁ ପଚରା ଯାଇଥିଲା ଯେ ଆପଣ ସର୍ବଦା ବିବାହକୁ ନେଇ ଚର୍ଚ୍ଚାରେ କାହିଁକି । ପ୍ରଶ୍ନର ଉତ୍ତରରେ ରାକ୍ଷୀ କହିଥିଲେ, ‘ଏହା ପଛରେ ଏକ ବଡ଼ ରହସ୍ୟ ରହିଛି । ତେବେ ମୁଁ ଜଣେ ବିବାହିତ ମହିଳା । ମୁଁ ମୋର ପତିଙ୍କୁ ଅପେକ୍ଷା କରିଛି । ମୋ ଜୀବନରେ ବଡ଼ ସମସ୍ୟା ରହିଛି । ଯେଉଁଥିପାଇଁ ମୋତେ ଅଚାନକ ବାହା ହେବାକୁ ପଡ଼ିଲା । ’ ରାକ୍ଷୀ ଆହୁରି କହିଲେ ଯେ ଲୋକେ ଯେମିତି ଅର୍ଜେଣ୍ଟ ସପିଂ ପାଇଁ ଯାଆନ୍ତି, ଅର୍ଜେଣ୍ଟ ବ୍ରେକ୍‌ ଅପ୍‌ କରନ୍ତି, ସେହିପରି ମୁଁ ଅର୍ଜେଣ୍ଟରେ ବିବାହ କରିଛି ।’

rakshi
photo credit: punjabkesari.com

ମୁଁ ଭାରତର ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ବିବାହ କରିଛି । ଯିଏ ମୋତେ ଧମକ ଦେଇଥିଲେ ମୁଁ ଯଦି ବିବାହ ନକରେ ତେବେ ମୋତେ ଉଠାଇ ନେଇଯିବେ ବୋଲି । ହେଲେ ମୁଁ ପୋଲିସରେ ଅଭିଯୋଗ କରି ନଥିଲି । କାରଣ ଏଥିରେ ରିତେଶଙ୍କର କୈାଣସି ଭୂଲ୍‌ ନଥିଲା । ମୁଁ ରିତେଶଙ୍କୁ ଅନୁରୋଧ କରିଥିଲି ମୋତେ ବିବାହ କରିବାକୁ । ମୁଁ ତାଙ୍କୁ ଦେଖି ନଥିଲି କି ତାଙ୍କ ସହ କଥା ହୋଇନଥିଲି । କେବଳ ବ୍ୟାଙ୍କ୍‌ ବାଲାନ୍ସ ଦେଖିଥିଲି ।

rakshi
photo credit: punjabkesari.com

ମୁଁ ଯେତେବେଳେ ରିତେଶଙ୍କୁ ତାଙ୍କର ଏକ ଫଟୋ ମିଡିଆରେ ଦେବା ପାଇଁ ଅନୁରୋଧ କଲି ସେ ମନା କରିଦେଲେ । ଯଦି ମୋର ବିବାହ କିମ୍ବା ପରିଚୟ ସମ୍ପର୍କରେ ବାହାରେ କହିବ ତେବେ ମୋର ଇଜ୍ଜତ ଚାଲିଯିବ । ମୋର ଟଙ୍କା ଓ ବିଜିନେସ୍‌ରେ ବହୁତ କ୍ଷତି ହେବ । ତେଣୁ ଭଲ ହେବ ତଲାକ୍‌ ନେଇଯାଅ । ଏହା ଶୁଣି ମୁଁ ଚୁପ୍‌ ରହିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.