Below header

ମୋହନା: ୫ କ୍ୱିଣ୍ଟାଲ ଗଞ୍ଜାଇ ଜବତ,୪ ଗିରଫ

ମୋହନା (କେନ୍ୟୁଜ): ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଛେଲାଗଡ଼ ଛକରୁ ୫.୧୦ କ୍ୱିଣ୍ଟାଲ ଗଞ୍ଜାଇ ସହ ଏକ ମହିନ୍ଦ୍ରା ପିକ୍ ଅପ ଭ୍ୟାନ୍ ଜବତ କରିବା ସହ ସମ୍ପୃକ୍ତ ଚାରିଜଣକୁ ଗିରଫ କରିଛି ଆର ଉଦୟଗିରି ପୋଲିସ। ଜବତ ଗଞ୍ଜାଇର ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଗିରଫ ଚାରିଜଣ ହେଲେ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର ଗୋପାଳ କୃଷ୍ଣ ସାହୁ, ହାଲାପଙ୍କା ଗ୍ରାମର ସୁରତ ବଡ଼ ରଇତ, କେଶରୀଗୁଡା ଗ୍ରାମର ପରମ ରାଇକା ଓ ଲୁକା ଶବର।

ganjai

ଉକ୍ତ ଚାରିଜଣ ଆଜି ସକାଳେ ମହିନ୍ଦ୍ରା ପିକଅପ ଭ୍ୟାନ୍ OR07AA7377ରେ ଗଞ୍ଜାଇ ନେଇ କେଶରୀଗୁଡା ଠାରୁ ବ୍ରହ୍ମପୁର ଚୋରାଚାଲାଣ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଆର ଉଦୟଗିରି ପୋଲିସ ଆଜି ଭୋରସକାଳ ୪ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଖୋଜା ଚାଲିଛି ବୋଲି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.