ବାପା ମାଆଙ୍କ ଦାୟିତ୍ୱହୀନତା : ବନ୍ଦ କାର୍‌ ଭିତରେ ଅଣନିଃଶ୍ୱାସୀ ହୋଇଯାଇଥିଲା ପିଲାଟି, ସମୁଦ୍ର କୂଳରୁ ଉଦ୍ଧାର କଲା ପୋଲିସ୍‌

ଜଳେଶ୍ୱର (କେ ନ୍ୟୁଜ୍‌) : ବନ୍ଦ କାର୍‌ରେ କାନ୍ଦୁଥିଲା ପିଲାଟି । ଭିତରେ ତା ଛଡ଼ା ଆଉ କେହି ନଥିଲେ । ସେ ଜୋର୍‌ରେ କାଚକୁ ବାଡ଼ାଉଥିଲା । କରଣ ତା ଭିତରେ ନିଃଶ୍ୱାସ ନେବାକୁ କଷ୍ଟ ହେଉଥିଲା । ପାଖରେ ଥିବା ଲୋକେ ଏକଥା ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ ଏବଂ ସ୍ଥାନୀୟ ପୋଲିସ୍‌ ଆସି କାର୍‌ର ଡୋର ଖୋଲି ପିଲାଟିକୁ ଉଦ୍ଧାର କରିଥିଲା ।

CHILD RESCUE-1
ଘଟଣା ଘଟିଛି ଓଡ଼ିଶା ସୀମାରେ ଥିବା ପଶ୍ଚିମବଙ୍ଗ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଦିଘା ଠାରେ । ସମୁଦ୍ର ବେଳାଭୂମି ନିକଟରେ ଏକ ଦମ୍ପତି ଅତି ଦାୟିତ୍ୱହୀନ ଭାବେ କାର୍‌ରେ ଏହି ପାଞ୍ଚ ବର୍ଷର ପିଲାଟିକୁ ଲକ୍‌ କରି ବୁଲିବାକୁ ଚାଲି ଯାଇଥିଲେ । ଯଦି ଠିକଣା ସମୟରେ ତାକୁ ଉଦ୍ଧାର କରାଯାଇ ନଥାନ୍ତା ତେବେ ହୁଏତ ଏକ ବଡ଼ ଅଘଟଣ ଘଟିଥାନ୍ତା ।

CHILD RESCUE-4

CHILD RESCUE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.