Below header

୫ ବର୍ଷର ଶିଶୁ ସହିତ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ

ଅନୁଗୋଳ(କେନ୍ୟୁଜ୍) : ଥମିବାର ନା ନେଉନି ଅପରାଧ । ଦିନକୁ ଦିନ ବଢିଚାଲିଛି ନାରୀ ଶୋଷଣ । ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରୁ । ଏଠାରେ ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୋଗ ମୁତାବକ, ଝିଅଟି ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ ଅଭିଯୁକ୍ତ ଜଣଙ୍କ ତାକୁ ଚକୋଲେଟର ଲୋଭ ଦେଖାଇ ପାଖରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘରକୁ ନେଇଯାଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା। ଝିଅଟି ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏବଂ ଶେଷରେ ସେହି ଅର୍ଦ୍ଧ ନିର୍ମିତ ଘରେ ପହଞ୍ଚିଥିଲେ । ସେଠାରେ ସେମାନେ ଅଭିଯୁକ୍ତ ଜଣଙ୍କ ସହ ଝିଅକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.