Below header

ଅର୍ଚ୍ଚନାଙ୍କ ହିଟ୍‌ ଲିଷ୍ଟରେ ଥିଲେ ୫୦ ପ୍ରତିଷ୍ଠିତ ବ୍ୟକ୍ତି, ପୋଲିସ୍ ହାତରେ ଲାଗିଛି ତାଲିକା

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନାଙ୍କ ଜାଲରେ ମାଳ ମାଳ ପ୍ରତିଷ୍ଠିତ ବ୍ୟକ୍ତି। ଅର୍ଚ୍ଚନାଙ୍କ ହିଟ୍‌ ଲିଷ୍ଟରେ ଥିଲେ ୫୦ ପ୍ରତିଷ୍ଠିତ ବ୍ୟକ୍ତି । ତାଲିକାରେ ଥିଲେ ରାଜନେତା, ବ୍ୟବସାୟୀ, ବଡ଼ ଫିଲ୍ମ ପ୍ରଯୋଜକ ଓ ବରିଷ୍ଠ ସରକାରୀ ଅଧିକାରୀ । କାହାକୁ କେମିତି ବ୍ଲାକମେଲ୍‌ କରାଯିବ, ପ୍ରଥମେ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଣ୍ଟ । ନିଜେ ଯୋଜନା କରୁଥିଲେ ଅର୍ଚ୍ଚନା ନାଗ୍‌ । ଅର୍ଚ୍ଚନାଙ୍କ ଡାଏରୀରୁ ୫୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

ବିଶେଷକରି ୨୦୨୦ରୁ ୨୦୨୨ ମଧ୍ୟରେ ଅର୍ଚ୍ଚନାଙ୍କ ବ୍ଲାକମେଲ୍‌ ଲିଷ୍ଟ ବଢ଼ିଯାଇଥିଲା । ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କଠାରୁ ଲୁଟିଛନ୍ତି କୋଟିକୋଟି ଟଙ୍କା । ୨ ଜଣ ଖଣି ମାଲିକ ଓ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସେ ମଉକା ଦେଖି ଫଶାଇବାକୁ ଯୋଜନା କରିଥିଲେ । ତା ପୂର୍ବରୁ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିନେଇଛି । ଏପଟେ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ପତ୍ତା ମିଳୁନି । କେଉଁଠି ଆତ୍ମଗୋପନ କରିଛନ୍ତି ? ସେ ଧରାପଡ଼ିଲେ ବ୍‌୍ଲାକମେଲିଂର ଅଧିକ ରହସ୍ୟ ଖୋଲିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.