Below header

ଚୀନ୍‌କୁ ପୁଣି ଫେରିଲା କରୋନ: ବଢ଼ୁଛି କଟକଣା; ସ୍କୁଲ, ଥିଏଟର, ଜିମ୍‌ ଓ ମନୋରଞ୍ଜନ ସ୍ଥଳରେ ପଡିଲା ତାଲା

ନୂଆଦିଲ୍ଲୀ : ପୁଣି ଚୀନ୍‌ରୁ ଆସୁଛି ଡର । ଚୀନ୍‌ରେ ବଢ଼ୁଛି କରୋନା କଟକଣା । ବଡ଼ବଡ଼ ସହରମାନଙ୍କରେ କୋଭିଡ୍‌ କଟକଣା ବଢ଼ାଯାଉଛି । ସ୍କୁଲ, ଥିଏଟର, ଜିମ୍‌ ବନ୍ଦ କରାଯାଉଛି । ମନୋରଞ୍ଜନ ସ୍ଥଳରେ ତାଲା ପଡ଼ୁଛି । ଜନଗହଳି ଉପରେ ଲାଗୁଛି କଟକଣା । ଚୀନ୍‌ରେ କୋଭିଡ୍‌ କଟକଣା ବୃଦ୍ଧି ପୁଣି ମନରେ ଦକା ସୃଷ୍ଟି କରିଛି । ଚୀନ୍‌ରୁ ପୁଣି କରୋନାର କିଛି ନୂଆ ଭାଇରସ୍‌ ଆସୁ ନାହିଁ ତ ?

ଏଭଳି ଆଶଂକା ସୃଷ୍ଟି ହୋଇଛି। ତେବେ ବୁଧବାର ଚୀନ୍‌ରେ ୧୪ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥନୀତିର ହବ୍‌ କୁହାଯାଉଥିବା ସାଂଘାଇ ଓ ଶେନ୍‌ଝେନ୍‌ରେ କୋଭିଡ୍‌ କଟକଣା ସହ ଟେଷ୍ଟିଂ ବଢ଼ାଯାଇଛି। ଗଣଟେଷ୍ଟିଂ କରାଯାଉଛି। ସଂକ୍ରମିତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇନଥିଲେ ବି ହଜାର ହଜାର ଲୋକ ଲକ୍‌ଡାଉନ୍‌ରେ ଅଛନ୍ତି। ତେବେ କାହିଁକି ଚୀନ୍‌ରେ ପୁଣି ଲକ୍‌ଡାଉନ୍‌ ଭଳି ସ୍ଥିତି ? ପ୍ରଥମରୁ ଚୀନ୍‌ ଜିରୋ କୋଭିଡ୍‌ ନୀତିରେ ଚାଲୁଛି । ଯେତେବେଳେ ଅନ୍ୟ ଦେଶମାନେ କୋଭିଡ୍‌ ସହ ବଞ୍ଚିବା ଶିଖୁଛନ୍ତି। ଅନ୍ୟପଟେ ଆସନ୍ତା ୧୬ ତାରିଖରେ ଅଛି ଚୀନ୍‌ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ । ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ତାଙ୍କ ନେତୃତ୍ୱର ଅବଧି ବଢ଼ାଇବା ଆଶା କରାଯାଉଛି। ଏହାକୁ ମଧ୍ୟ କଟକଣା ବଢ଼ାଇବା ସହ ଲିଙ୍କ୍‌ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.