ବିଦେଶୀ ସଂସ୍ଥାଙ୍କ ବାତ୍ୟା ଆକଳନ: ଗୁଜବକୁ ବିଶ୍ୱାସ ନକରିବା ପାଇଁ କହିଲା ଆଇଏମଡି

(କେନ୍ୟୁଜ): ଆସନ୍ତା ସପ୍ତାହର ଶେଷ ଆଡ଼କୁ ବାତ୍ୟା ସମ୍ଭାବନା। ବିଦେଶୀ ସଂସ୍ଥାଙ୍କ ବିଭିନ୍ନ ମଡେଲ ଏହି ଆକଳନ କରୁଛନ୍ତି। କିନ୍ତୁ ଏହାର ଗତିପଥ ଓ ତୀବ୍ରତା ନେଇ ଭିନ୍ନଭିନ୍ନ ମତ ରହି ଆସୁଛି। ୟୁରୋରୀୟ ମଡେଲ ECMWF ମୁତାବକ, ୨୩ ତାରିଖରେ ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ ବାତ୍ୟା। କିନ୍ତୁ ଲ୍ୟାଣ୍ଡଫଲ ବିଷୟରେ ସୂଚନା ନାହିଁ।

ସେପଟେ ଆମେରିକୀୟ ମଡେଲ GFSର ଅନୁମାନ, ୨୩ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ କରିବ ସମ୍ଭାବ୍ୟ ବାତ୍ୟା। ବିଜୟୱାଡା ନିକଟରେ ଦେଇ ଗତି କରିବ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ କିନ୍ତୁ, ଏ ଯାଏଁ ବାତ୍ୟାର ସୂଚନା ଦେଇ ନାହିାଁ ବାତ୍ୟା ଚର୍ଚ୍ଚା ଚାଲିଥିବା ବେଳେ ଗୁଜବକୁ ବିଶ୍ୱାସ ନକରିବା ପାଇଁ ପରାମର୍ଶ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ପରେ ବାତ୍ୟା ଆକଳନ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ସାଧାରଣତଃ ମୌସୁମୀ ଫେରିବା ସମୟରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ। କିଛି ଦିନ ଭିତରେ ଦେଶର ପୂର୍ବାଞ୍ଚଳରୁ ମୌସୁମୀ ଫେରିବା ଆରମ୍ଭ ହେବ।

ଏପଟେ ପାଣିିପାଗ ସଂସ୍ଥା ସ୍କାଏମେଟ କହିଛି ଯେ, ଓଡ଼ିଶାରେ ବାତ୍ୟା ହେବ ବୋଲି ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ ନାହିଁ । ହେଲେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା ସୁଦୃଶ୍ୟ ଲଘୁଚାପ, ଏପରିକି ଗଭୀର ଅବପାତ ହୋଇପାରେ । ଏହାର ପ୍ରଭାବରେ ୨୦ରୁ ୨୫ ତାରିଖ ଯାଏଁ ବର୍ଷା ହେବା ଆଶଙ୍କା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.