ଖୋର୍ଦ୍ଧାରେ ପୁଣି ୫୧ ଗ୍ରାମ ଧଳାଜହର ସହ ଗୋଟିଏ କାର ଜବତ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧାରେ ପୁଣି ଜବତ ହେଲା ଧଳାଜହର । ଗିରଫ ହେଲେ ଦମ୍ପତି ବ୍ୟବସାୟୀ । ଆଦର୍ଶ ଥାନା ପୋଲିସ ପକ୍ଷରୁ ବରୁଣେଇ ଯିବା ରୋଡ୍ରେ ଚଢ଼ାଉ କରି ୫୧ଗ୍ରାମ ଧଳାଜହର ଜବତ ହୋଇଛି । ଏଥିସହ ନଗଦ ୧୧ ହଜାର ଟଙ୍କା, ଗୋଟିଏ କାର ଜବତ ହୋଇଛି ।
ଗିରଫ ଦମ୍ପତି ମଠସାହି ଅଂଚଳର ବୃନ୍ଦାବନ ପ୍ରଧାନ ଓ ସ୍ନେହଲତା ପ୍ରଧାନ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ । ଘଟଣାସ୍ଥଳରୁ ଅନ୍ୟଜଣେ ଫେରାର ହୋଇଥିବା ସୂଚନା ମିଳିଛି ।