ୟୁକ୍ରେନ୍‌ ଦୂତାବାସକୁ ଦିଆଯାଉଛି ଧମକ, ପଶୁମାନଙ୍କର ଆଖି, ରକ୍ତ ଜୁଡ଼ୁବୁଡ଼ୁ ଲପାଫା ଏବଂ ଲେଟର ବମ୍‌ ପାର୍ସଲ ଆସି ପହଞ୍ଚୁଛି

କେନ୍ୟୁଜ୍‌ : ବର୍ତ୍ତମାନ ଋଷିଆ- ୟୁକ୍ରେନ୍‌ ଯୁଦ୍ଧ ପରିସ୍ଥିତି ଚରମ ସୀମାରେ ଥିବା ବେଳେ ୟୁକ୍ରେନ ଦୂତାବାସ ସହିତ ଅଜବ ଅଜବ ଘଟଣା ଘଟୁଛି । ଇଉରୋପରେ ଥିବା ୟୁକ୍ରେନ ଦୂତାବାସ ପାଖକୁ ପାର୍ସଲ ଆସୁଛି । ଯେଉଁ ଥିରେ ପଶୁମାନଙ୍କର ଆଖି, ରକ୍ତ ଜୁଡ଼ୁ ବୁଡ଼ୁ ଲପାଫା, ଡମି ଲେଟର ବମ୍‌ ଏମିତି ଅନେକ ଆତଙ୍କିତ ଜିନିଷ ଆସୁଛି । ପ୍ରାୟ ଏକ ସପ୍ତାହ ହେଲାଣି ଏହି ପରି ସନ୍ଦେହଜନକ ପାର୍ସଲ ଆସୁଛି । ଏହି ସବୁର ଘଟଣାର ଅଭିଯୋଗ କରିଛନ୍ତି ୟୁକ୍ରେନର ଦୂତାବାସ ଏବଂ ବାଣିଜ୍ୟ ଦୂତାବାସର ଅଧିକାରୀ । ବର୍ତ୍ତମାନ ସ୍ପେନର ଜଣେ ଅଧିକାରୀ କହିଚନ୍ତି ମେଡ୍ରିଡ୍‌ରେ ଥିବା ୟୁକ୍ରେନୀୟ ଦୂତାବାସ ପାଖରେ ଏହି ପରି ଭୟଙ୍କର ପାର୍ସଲ ଗତ ଶୁକ୍ରବାର ଦିନ ମିଳିଛି ।

୧୭ ଥର ହେଲାଣି ଏମିତି :

ସୂଚନା ଅନୁସାରେ ଦୂତାବାସ ପରିସରରେ ଏହି ସନ୍ଦେହଜନକ ପାର୍ସଲ ମିଳିବା ପରେ ପୋଲିସ ସନ୍ଧାନୀ କୁକୁର ସହିତ ପୁରା ପରିସରକୁ ସର୍ଚ୍ଚ କରିଛି । ୟୁକ୍ରେନୀୟ ଦୂତାବାସ ପାଖରେ ଏହି ଘଟଣା ଥରେ ନୁହେଁ ୧୭ ଥର ଘଟି ସାରିଲାଣି । ଯେଉଁ ପାର୍ସଲରେ ଲେଟର ବମ୍‌, ଗାଈ-ଘୁଷୁରୀଙ୍କର ଆଖି ଏବଂ ମିଛ ବମ୍‌ ଲେଟର ସବୁ ମିଳୁଛି ।
ଏହାରି ଭିତରେ ୟୁକ୍ରେନ ବିଦେଶ ମନ୍ତ୍ରଣାଳୟରେ ପ୍ରବକ୍ତା ଓଲେଗ ନିକୋଲେଙ୍କୋ ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରୁଛି । ସେ କହିଛନ୍ତି, ତାଙ୍କର ଅନ୍ୟ ଦୂତାବାସ ହଙ୍ଗେରୀ, ନେଦରଲାଣ୍ଡସ, ପୋଲାଣ୍ଡ, କ୍ରୋଏସିଆ, ଏବଂ ଇଟାଲିର ନେପଲ୍ସ, କ୍ରାକୋ ଏବଂ ବ୍ରୋନୋ ଦୂତାବାସ କୁ ପାର୍ସଲ ମଧ୍ୟ ପଠାଯାଉଛି । ଯେଉଁ ପାର୍ସଲ ସବୁ ଆସୁଛି ସେଗୁଡ଼ାକ ଏକ ପ୍ରକାର ରଙ୍ଗ ଏବଂ ତରଳ ପଦାର୍ଥରେ ଭିଜିଥିବା ଜଣା ପଡ଼ୁଛି ଯାହାର ଏକ ପ୍ରକାର ଗନ୍ଧ ରହିଛି ।

ୟୁକ୍ରେନର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଓଲେଗ ନିକୋଲେଙ୍କ ଏକ ପାର୍ସଲ ବିଷୟରେ ତାଙ୍କର ଫେସ୍‌ବୁକ୍‌ରେ କହିଛନ୍ତି ଯାହା ଖୋଲିବା କ୍ଷଣି ଫାଟି ଯାଇଥିଲା । ଏହି ପାର୍ସଲ ଏହି ସିପ୍ତାହରେ ବୁଧବାର ଦିନ ଆସିଥିଲା । ଏହି ପାର୍ସଲ ଖୋଲିବା ବେଳେ ଦୂତାବାସର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।
ଅନ୍ୟ ଗୋଟିଏ ଘଟଣାରେ ଜଣେ ୟୁକ୍ରେନୀୟ ଅଧିକାରୀ କହିଛନ୍ତି କି ଭଟିକାନ ସ୍ଥିତ ତାଙ୍କର ଦୂତାବାସର ପ୍ରବେଶ ଦ୍ୱାରକୁ ଭଙ୍ଗା ରୁଜା କରାଯାଇଛି ।ପୁଣି କାଜାକିସ୍ତାନର ତାଙ୍କର ଦୂତାବାସ ଉପରେ ବମ୍‌ ମାଡ଼ ହେବ ବୋଲି ଧମକ ମଧ୍ୟ ମିଳିଛି ।

ଏହି ସବୁ ଘଟଣାରେ ୟୁକ୍ରେନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ବିଦେଶ ମନ୍ତ୍ରୀ ଦମିତ୍ରୋ କୁଲେବାଙ୍କ ଜରିଆରେ କହିଛନ୍ତି ଆମକୁ ମାନିବାକୁ ପଡ଼ିବ ଯେ ଏହା ହେଉଛି ଆତଙ୍କବାଦୀମାନଙ୍କର ସୁଚିନ୍ତିତ ଷଢ଼ଯନ୍ତ୍ର । ଏହି ସବୁ ଘଟଣାକୁ ଜାଣିବା ପାଇଁ ପୋଲାଣ୍ଡର ଓ୍ଵାରସା ପୋଲିସ ମିଳିଥିବା ପାର୍ସଲକୁ ଯାଞ୍ଚ କରୁଛି । ଅନ୍ୟ ପକ୍ଷରେ ଚେକ୍‌ ରିପବ୍ଲିକ୍‌ରେ ପୋଲିସ କହିଛି ଯେଉଁ ସବୁ ବିସ୍ଫୋରକ ସାମଗ୍ରୀ ଆସୁଛି ତାକୁ ଆମେ ଯାଞ୍ଚ କରୁଛୁ କିନ୍ତୁ ଏପର୍ଯ୍ୟନ୍ତ ଆମକୁ ସେମିତି କିଛି ମିଳିନାହିଁ । ପରେ ପୁଣି ସେ କହିଥିଲେ କି ତାଙ୍କୁ କିଛି ପଶୁଙ୍କର ଅଙ୍ଗ ମଳିଛି ଏବଂ ସେସବୁକୁ ଅମେ ପରୀକ୍ଷଣ ପାଇଁ ପଠେଇ ଦେଇଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.