କେରଳରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିଲେ ୧୧୫୦ ଜଣ ପ୍ରବାସୀ ଓଡ଼ିଆ

 ଗଞ୍ଜାମ: କେରଳରୁ ପହଞ୍ଚିଲେ ୧୧୫୦ ପ୍ରବାସୀ ଓଡ଼ିଆ। ଏକ ସ୍ୱତନ୍ତ୍ର ଟ୍ରେନ୍‌ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ଆସି ପହଞ୍ଚିଛି। ଟ୍ରେନ୍‌ରୁ ଦକ୍ଷିଣ ଓଡ଼ିଶାର ୫୧୪ଜଣ ଯାତ୍ରୀ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୩୧, କନ୍ଧମାଳର ୩୫୩ , ବୌଦ୍ଧର ୬, ରାୟଗଡ଼ାର ୧୭, କୋରାପୁୁଟରୁ ଜଣେ ନବରଙ୍ଗପୁର ଓ କଳାହାଣ୍ଡିରୁ ୩ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଷ୍ଟେସନରେ ଜିଲ୍ଲାପ୍ରଶାସନ, ପୋଲିସ ଓ ଡାକ୍ତରୀ ଟିମ୍‌ ପହଞ୍ଚି ନାମ ପଞ୍ଜୀକରଣ ପରେ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ବସ୍‌ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଉଛି। ସେଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ୧୧୫୦ ଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଛି ସ୍ୱତନ୍ତ୍ର ଟ୍ରେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.