ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିକାଶମୂଳକ କାମ ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା

ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । କାର୍ଯ୍ୟକ୍ରମ ଅନୁସାରେ ପୀଠର ଦ୍ୱିତୀୟ ପର୍ଯ୍ୟାୟ ବିକାଶ ମୂଳକ କାମ ପ୍ରସଙ୍ଗରେ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଭଦ୍ରକ (କେନ୍ୟୁଜ) : ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ପୀଠରେ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ହେଲିକପ୍ଟର ଯୋଗେ ଆରଡ଼ିରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଛି । ମନ୍ଦିର ନିକଟରେ ସେବାୟତ ମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇଥିଲେ । ପରେ 5ଟି ଅଧକ୍ଷ ଆଖଣ୍ଡଳମଣି ମନ୍ଦିରକୁ ଯାଇ ପୂଜା କରିବା ସହ ଆଶିଷ ଲାଭ କରିଥିଲେ ।

କାର୍ଯ୍ୟକ୍ରମ ଅନୁସାରେ ପୀଠର ଦ୍ୱିତୀୟ ପର୍ଯ୍ୟାୟ ବିକାଶ ମୂଳକ କାମ ପ୍ରସଙ୍ଗରେ ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ଅଫିସରଙ୍କ ସହ କାର୍ଯ୍ୟ ବାବଦରେ ଆଲୋଚନା କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ସମୟରେ ବିକାଶମୂଳକ କାମ ପାଇଁ କ୍ଷତିଗ୍ରସ୍ତ ହେଉଥିବା ସେବାୟତଙ୍କୁ ଜାଗା ଓ ଘରର ପାଞ୍ଚ ଗୁଣା କ୍ଷତି ପୂରଣ ପ୍ରଦାନ କରିବାକୁ ଦାବି ରଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.