ଛୋଟ ପିଲାଙ୍କ ସହ ପ୍ଲେନ୍‌ରେ ଯାତ୍ରା କରୁଛନ୍ତି କି ? ଏପରି ରଖନ୍ତୁ ତାଙ୍କ ଧ୍ୟାନ

ଫ୍ଲାଇଟ୍‌ରେ କିଛି ସିମିତ ସ୍ଥାନରେ, ଏକ ନୂଆ ସ୍ଥାନକୁ ଯାତ୍ରା କରିବା ଏବଂ ବହୁତ ଅଜ୍ଞାତ ଲୋକଙ୍କ ସହ ଅଧିକ ସମୟ ଯାତ୍ରା କରିବା ପିଲାଙ୍କ ପାଇଁ ବିରକ୍ତିକର ହୋଇଯାଏ । କିନ୍ତୁ ଟିକିଏ ପ୍ରସ୍ତୁତି ଏବଂ ସତର୍କତା ସହିତ ଯାତ୍ରା କଲେ ଆପଣ ପିଲାମାନଙ୍କ ସହିତ ପ୍ଲେନ୍‌ରେ ଯାତ୍ରା ମଧ୍ୟ ଉପଭୋଗ କରିପାରିବେ ।

ପିଲାମାନଙ୍କ ସହିତ ପ୍ଲେନରେ ଯାତ୍ରା କରିବା ପିତାମାତାମାନଙ୍କ ପାଇଁ ଏକ ବଡ଼ ଆହ୍ଵାନ ହୋଇଥାଏ । ତେବେ ଫ୍ଲାଇଟ୍‌ରେ କିଛି ସିମିତ ସ୍ଥାନରେ, ଏକ ନୂଆ ସ୍ଥାନକୁ ଯାତ୍ରା କରିବା ଏବଂ ବହୁତ ଅଜ୍ଞାତ ଲୋକଙ୍କ ସହ ଅଧିକ ସମୟ ଯାତ୍ରା କରିବା ପିଲାଙ୍କ ପାଇଁ ବିରକ୍ତିକର ହୋଇଯାଏ । କିନ୍ତୁ ଟିକିଏ ପ୍ରସ୍ତୁତି ଏବଂ ସତର୍କତା ସହିତ ଯାତ୍ରା କଲେ ଆପଣ ପିଲାମାନଙ୍କ ସହିତ ପ୍ଲେନ୍‌ରେ ଯାତ୍ରା ମଧ୍ୟ ଉପଭୋଗ କରିପାରିବେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ । ଯେପରି ବିମାନରେ ଯାତ୍ରା କଲା ବେଳେ ଆପଣ ନିଜ ସହିତ କେଉଁ ସବୁ ଜିନିଷ ରଖିବା ଉଚିତ ।

ପିଲାମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଉଚିତ :
ଫ୍ଲାଇଟ୍‌ରେ ଯାତ୍ରା କରିବା ସମୟରେ, ପିଲାମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜିନିଷ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେଣୁ ଯାତ୍ରା କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଡାଏପର, ଔଷଧ ଶିଶୁ ଖାଦ୍ୟ ଇତ୍ୟାଦି ଖେଳନା, ସ୍ନାକ୍ସ ଇତ୍ୟାଦି ମଧ୍ୟ ରଖିବେ । ତେବେ ଏହି ସମସ୍ତ ଜରୁରୀ ଜିନିଷ ଆପଣ ନିଜ ସହିତ ନେବା ଉଚିତ । ଏହା ସହିତ ପ୍ଲେନ୍‌ରେ ଯିବା ବେଳେ ପିଲାମାନଙ୍କର ସମସ୍ତ ଆବଶ୍ୟକତା ତୁରନ୍ତ ପୂରଣ କରିପାରିବେ ଏବଂ ସେମାନେ ଆନନ୍ଦରେ ଏବଂ ଆରାମରେ ଯାତ୍ରା ଉପଭୋଗ କରିପାରିବେ ।

ପିଲାଙ୍କର ହେଉଥିବା କାନ ଯନ୍ତ୍ରଣାରୁ ରକ୍ଷା କରନ୍ତୁ :
ପ୍ଲେନ୍‌ରେ ଯାତ୍ରା କରିବା ବେଳେ ପିଲାମାନଙ୍କ ପାଇଁ କାନ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଥାଏ । ଏହାର କାରଣ ହେଉଛି ଯେ ଫ୍ଲାଇଟ୍‌ରେ ଉଚ୍ଚତା ବଢିବା ସହିତ ବାୟୁମଣ୍ଡଳରେ ଚାପ କମିଯାଏ । ଏହି ଚାପରେ ହ୍ରାସ ହେବା ଦ୍ୱାରା କାନରେ ଯନ୍ତ୍ରଣା ହୁଏ । ପିଲାଟି ଫ୍ଲାଇଟ୍‌ରେ ଯିବା ମାତ୍ରେ ତାଙ୍କୁ ଚୁଇଙ୍ଗମ୍ କିମ୍ବା କିଛି ଚକ୍‌ଲେଟ୍‌ ଦେବେ ଉଚିତ । କାରଣ ସେମାନେ ସେହି ଜିନିଷରେ ମନ ଦେବେ ଏବଂ କାନ ଯନ୍ତ୍ରଣା କମ୍‌ ଅନୁଭବ କରିବେ । ଏହି ସବୁ କରିବା ପରେ ଯଦି ପିଲାଙ୍କ କାନର ଯନ୍ତ୍ରଣା କମୁନାହିଁ, ତେବେ କାନ ଡ୍ରପ୍‌ କିମ୍ବା ପିଲାମାନଙ୍କର ଔଷଧ ନିଜ ସହିତ ନେବା ଜରୁରୀ ହୋଇଥାଏ । କାରଣ ଯଦି ପିଲାକୁ ଅଧିକ ଯନ୍ତ୍ରଣା ହୁଏ, ତାହେଲେ ତାଙ୍କୁ ସେହି ସମୟରେ ଔଷଧ ଦେଇପାରିବେ ଏବଂ ସେମାନେ ସେହି କଷ୍ଟରୁ ମୁକ୍ତି ପାଇପାରିବେ ।
ଯାତ୍ରା ସମୟରେ ଖେଳନା ନେଇ ଯାଆନ୍ତୁ :
ଅଧିକ ସମୟ ପ୍ଲେନ୍‌ରେ ବସିବା ବେଳେ ପିଲାମାନେ ବିରକ୍ତିକର ହୋଇପାରନ୍ତି । ତେଣୁ ଆମେ ପିଲାମାନଙ୍କ ପାଇଁ କିଛି ଜିନିଷ ପ୍ରସ୍ତୁତ ରଖିବା ଉଚିତ ଯାହା ସେମାନଙ୍କୁ ମନୋରଞ୍ଜନ କରିପାରିବ । ପିଲାମାନେ ପ୍ଲେନ୍‌ରେ ସେମାନଙ୍କ ପ୍ରିୟ ଖେଳନା, ବହି, ପଜଲ୍ ବହି, ଛୋଟ ଖେଳନା ଇତ୍ୟାଦି ନେଇପାରିବେ । ଏସବୁ ସେମାନଙ୍କୁ ବ୍ୟସ୍ତ ରଖିବ ଏବଂ ସେମାନଙ୍କର ବିରକ୍ତି ହେବେ ନାହିଁ । ଏହା ବ୍ୟାତୀତ ମୋବାଇଲ୍ ମଧ୍ୟ ତାଙ୍କୁ ଦେଇପାରବେ ଖେଳିବା ପାଇଁ । କିନ୍ତୁ ଅବତରଣ କରିବା ସମୟରେ ମୋବାଇଲ୍‌ ବନ୍ଦ ହେବା ଉଚିତ୍ । ତେବେ ଏହି ପରି ଭାବେ ଆପଣମାନେ ନିଜ ପିଲାଙ୍କ ସହ ପ୍ଲେନ୍‌ରେ ଯାତ୍ରା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.