ଆଣ୍ଡ୍ରଏଡ ଫୋନରେ ଲୁଚି ରହିଛି ଏହି ମାଲୱେର୍, ଚୋରି କରୁଛି ୟୁଜର୍ସଙ୍କ ଡାଟା

ଏହି ମାଲୱେର୍ ଏତେ ବିପଜ୍ଜନକ ଯେ ଏହା ଯେକୌଣସି ଡିଭାଇସ୍‌ କିମ୍ବା ଫୋନରୁ ପାସୱାର୍ଡ ଦେଖିପାରିବ ଏବଂ ଯେକୌଣସି ସିକ୍ୟୁରିଟି ପାସଓ୍ଵାର୍ଡକୁ ବାଇପାସ୍ କରିପାରିବ ।

ଯଦି ଆପଣ ଜଣେ ଆଣ୍ଡ୍ରଏଡ ୟୁଜର ତେବେ ଆପଣଙ୍କୁ ସବୁବେଳେ ସତର୍କ ରହିବାକୁ ପଡ଼ିବ । କାରଣ ଆପଣଙ୍କ ଫୋନ ଯେକୌଣସି ସମୟରେ ବି ହ୍ୟାକ୍‌ ହୋଇପାରେ କିମ୍ବା ଏଥିରେ ମାଲୱେର୍ ରହିପାରେ । ବର୍ତ୍ତମାନ ପୁଣି ଥରେ ଆଣ୍ଡ୍ରଏଡ୍ ଫୋନ୍ ମାଲୱେର୍ ଯୋଗୁଁ ଅସୁରକ୍ଷିତ ହୋଇପାରେ । Chameleon ନାମକ ଏକ ମାଲୱେର୍ ସାମ୍ନାକୁ ଆସିଛି ଯାହା ଏକ ବ୍ୟାଙ୍କିଙ୍ଗ୍ ଟ୍ରୋଜନ୍ । ଏହି ମାଲୱେର୍ ଯେକୌଣସି ଡିଭାଇସରେ ନିଜକୁ ଲୁଚାଇପାରେ ।

ରିପୋର୍ଟ ଅନୁଯାୟୀ, ଏହି ମାଲୱେର୍ ଏତେ ବିପଜ୍ଜନକ ଯେ ଏହା ଯେକୌଣସି ଡିଭାଇସ୍‌ କିମ୍ବା ଫୋନରୁ ପାସୱାର୍ଡ ଦେଖିପାରିବ ଏବଂ ଯେକୌଣସି ସିକ୍ୟୁରିଟି ପାସଓ୍ଵାର୍ଡକୁ ବାଇପାସ୍ କରିପାରିବ । ସାଇବର ସୁରକ୍ଷା ଅନୁସନ୍ଧାନ ସଂସ୍ଥା ଥ୍ରେଟଫାବ୍ରିକ୍ ଏହାର ରିପୋର୍ଟରେ କହିଛି ଯେ ଏହା ଏକ ନୂଆ ଟ୍ରୋଜନ୍ ନୁହେଁ । ଏହା ଚଳିତ ବର୍ଷ ଆରମ୍ଭରେ ଦେଖାଯାଇଥିଲା । ଏହା ୟୁଜର୍ସଙ୍କ ବିନା ଅନୁମତିରେ ସବୁକିଛି କରି ପାରିବ । ତେବେ ଏହାକୁ ନେଇ କଣ ବିପଦ ରହିଛି ଆସନ୍ତୁ ଜାଣିବା ।

.ଏହା ବ୍ୟାଙ୍କ ସହିତ ଜଡିତ କୌଣସି ପ୍ରକାରର ତଥ୍ୟ ଚୋରି କରିପାରିବ ।
. ଏହି ମାଲୱେର୍ ଆପଣଙ୍କ ଡିଭାଇସକୁ ହ୍ୟାକ୍‌ କରିପାରିବ ।
. ଯେକୌଣସି PIN ଏବଂ ପାସୱାର୍ଡକୁ ହ୍ୟାକ୍‌ କରିପାରିବ ।
.ଏହି ମାଲୱେର୍ ଆପଣଙ୍କ ଅନୁମତି ବିନା ବ୍ୟାଙ୍କରେ କାରବାର କରିପାରିବ ।
. ଏହା ଆପଣଙ୍କ ଫୋନକୁ କଣ୍ଟ୍ରୋଲ କରିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.