Below header

ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ

ଯାଜପୁର ରୋଡ (କେନ୍ୟୁଜ): ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବଙ୍କ ସମୀକ୍ଷା । ତିନି ଜିଲ୍ଲା ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଗସ୍ତ କରି ସମୀକ୍ଷା କରିଛନ୍ତି । ଯାଜପୁରରେ ହୋଇଛି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ । ଟାଟା ଷ୍ଟିଲ ଏହାର ପରିଚାଳନା କରିବ । କେନ୍ଦ୍ରାପଡାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ସହ ଭଦ୍ରକରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ ନିର୍ମାଣ ହୋଇଛି । ଏହାର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ଅସୀତ ତ୍ରିପାଠୀ ଓ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ । ଏହାସହ ଲକ୍‌ ଡାଉନ୍‌, ସାମାଜିକ ଦୂରତାର ସ୍ଥିତି ପରଖିଛନ୍ତି ।

ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫ ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିକାଲକୁ ୧୫୦ ଶଯ୍ୟା ବିଶିଷ୍ଟ COVID-19 ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି । ଆସନ୍ତା ୨ ଦିନ ମଧ୍ୟରେ ଏହା ଲୋକାର୍ପିତ ହେବାକୁ ଥିବାବେଳେ ମେଡିକାଲ ରେ ପହଂଚି ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ ଟି ସଚିବ । ଉଭୟ ସଚିବଙ୍କ ଏହି ଗ୍ରସ୍ତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

tata medico

ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଉପ ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ସଚିବଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ଆସନ୍ତା ଶୁକ୍ରବାର ଦିନ ଏହି ୧୫୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲକୁ ଲୋକାର୍ପିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଉକ୍ଟଙ୍ଖସୟ-୧୯ ହସ୍ପିଟାଲ କାର‌୍ୟ୍ୟକ୍ଷମ ହେବା ନେଇ ମେଡିକାଲ ପକ୍ଷରୁ ୩୦ ଜଣ ଅଭିଜ୍ଞ ଡାକ୍ତର ନିଯୁକ୍ତ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ ରୁ ଉର୍ଦ୍ଧ ଡାକ୍ତର ଓ ପାଖାପାଖି ୨୮୦ ପାରା ମେଡିକାଲ ଷ୍ଟାଫ୍ ଙ୍କୁ ସ୍ଵତନ୍ତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.