ଆୟ କରଦାତାଙ୍କୁ ବଡ଼ ମୁକ୍ତି ,ପାଞ୍ଚ ଲକ୍ଷ ଟଙ୍କା ଯାଏ ଆୟ କର ଫେରସ୍ତ ତତ୍କାଳ ଦେବେ ସରକାର,ଜାରି କଲେ ନୋଟିସ୍‌

ନୁଆଦିଲ୍ଲୀ: କୋଭିଡ-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଲୋକେ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ରିଫଣ୍ଡ୍‌ ତତ୍କାଳ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏଥି ସହ ଜିଏସ୍‌ଟି ଓ କଷ୍ଟମ ବିଭାଗ ମଧ୍ୟ ସବୁ ରିଫଣ୍ଡ ଜାରି କରିବ । ସରକାରଙ୍କ ଏହି ନିଷ୍ପତ୍ତି ଦେଶର ୧୪ ଲକ୍ଷ କରଦାତାଙ୍କୁ ସୁବିଧା ଦେବ ।

ଏହି ନିଷ୍ପତ୍ତି କର ଦେଉଥିବା ବ୍ୟକ୍ତି, ଚାକିରି ହରାଇଥିବା ବ୍ୟକ୍ତି, ଦରମା ପାଇଁ ଅପେକ୍ଷା କରିଥିବା କର୍ମଚାରୀ ଓ ବ୍ୟବସାୟୀକ ପ୍ରତିଷ୍ଠାନର କଷ୍ଟ ଲାଘବ କରିବ । ଏହି ଘୋଷଣା ଦ୍ୱାରା ଇନ୍‌କମ୍‌ ଟାକ୍ସ ବିଭାଗରେ ପଡ଼ି ରହିଥିବା ଅର୍ଥ କରଦାତା ଫେରିପାଇବେ ।

ଏହି ଟ୍ୟାକ୍ସ ରିଟର୍ଣ୍ଣ ପାଇବା ପାଇଁ ବ୍ୟକ୍ତି ଇନ୍‌କମ୍‌ ଟ୍ୟାକ୍ସ ଫାଇଲ୍‌ ରିଟର୍ଣ୍ଣ କରିଥିବା ଦରକାର । ଫେରସ୍ତ ଅର୍ଥ ବ୍ୟକ୍ତିଙ୍କ ଏକାଉଣ୍ଟରେ ପଇଠ ହେବ ବୋଲି ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି ।

ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାର ସରକାରୀ ଟ୍ଵିଟରରେ ଏହା ଘୋଷଣା କରିଛି ।

Leave A Reply

Your email address will not be published.