ଅଧିକ ଶିକ୍ଷା ଲାଭ ପାଇଁ ଅର୍ଥ ସାଜିଥିଲା ବାଧକ: କଳାହାଣ୍ଡିର ଦୁଇ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇଲେ 5T ସଚିବ

କଳାହାଣ୍ଡି ଜିଲ୍ଲାର ଦୁଇ ଗରିବ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇଲେ 5T ସଚିବ l

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲାର ଦୁଇ ଗରିବ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇଲେ 5T ସଚିବ l ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଞ୍ଚାୟତ ରଇନଗୁଡ଼ା ଗ୍ରାମର ନିହାତି ଗରିବ ପରିବାରର ପୁଅ ଦଳେନ୍ଦ୍ର ଦୁରିଆ ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ଦୁଇ ବାଣିଜ୍ୟରେ ୫୨୭ ମାର୍କ ରଖି ଟପ୍ପର ହୋଇଛନ୍ତି। ସେ ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଦଳେନ୍ଦ୍ରଙ୍କ ଆଗକୁ ବି.କମ ପଢ଼ିବାର ଇଚ୍ଛାଥିଲେ ମଧ୍ୟ ଅର୍ଥାଭାବ ବାଧକ ସାଜିଥିଲା।

ସେହିପରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ରାଜପୁର ଗାଁର ସ୍ଵାମୀ ପରିତ୍ୟକ୍ତା ହେମଲତା ମାଝୀଙ୍କ ପୁଅ ଲଳିତ ମାଝୀ ଚଳିତ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ୫୩୯ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଆଗକୁ ଡାକ୍ତରୀ ପାଠ ପଢ଼ିବା ପାଇଁ ଆଗ୍ରହ ରଖିଥିବା ଲଳିତଙ୍କ ପାଇଁ ଅର୍ଥାଭାବ ବାଧକ ସାଜିଛି। ମାଟ୍ରିକ୍ ପରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ବଲାଙ୍ଗୀର ସ୍ଥିତ ଗାୟତ୍ରୀ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରି ଲଳିତଙ୍କୁ ଯୁକ୍ତ ଦୁଇ ପଢ଼ାଇବାର ବ୍ୟବସ୍ଥା କରି ଦେଇଥିଲେ । ସେଠାରେ ପାଠପଢ଼ି ଲଳିତ ୮୯.୮୩ ମଧ୍ୟ ପ୍ରତିଶତ ମାର୍କ ରଖି ପାସ୍‌ କରିଛନ୍ତି। ଆଗକୁ ପଢ଼ିବା ପାଇଁ ଲଳିତଙ୍କ ଇଚ୍ଛାଥିଲେ ଅର୍ଥାଭାବ ପ୍ରତିବନ୍ଧକ ସାଜିଥିବାରୁ 5T ସଚିବ ଏଥିପ୍ରତି ଦୃଷ୍ଟି ଦେଇ ଦୁଇ ଛାତ୍ରଙ୍କୁ ଅଧିକ ଶିକ୍ଷା ଲାଭ କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.