ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ ପରିଦର୍ଶନ ସହିତ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ

ଜଗତସିଂହପୁର(କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌। ମାଆଙ୍କୁ ଦର୍ଶନ ପରେ ମନ୍ଦିର ବେଢା ବୁଲିଛନ୍ତି। ଏହାପରେ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତିି। ଶାରଳା ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ନେଇ ତଦାରଖ କରିଛନ୍ତି।

5T ସଚିବଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ। ମାଆ ଶାରଳାଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର। ମନ୍ଦିରର ନବକଳେବର କରିବା ନେଇ ଯୋଜନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.