ଆଜି ଯାଜପୁର ଗସ୍ତରେ ଯିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଦୁଇଟି ବିଶାଳ ସମାବେଶରେ ଯୋଗ ଦେବେ

ଆଜି ଯାଜପୁର ଗସ୍ତରେ ଯିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦୁଇଟି ବିଶାଳ ସମାବେଶରେ ଯୋଗ ଦେବେ । ପ୍ରତ୍ୟକ୍ଷ ଭାବେ ଯୁବ ଗୋଷ୍ଠୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ସହ ସରକାରଙ୍କ ସଫଳତାକୁ ଲୋକାଭିମୁଖୀ କରିବେ ।

ଯାଜପୁର(କେନ୍ୟୁଜ୍‌): ଆଜି ଯାଜପୁର ଗସ୍ତରେ ଯିବେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଦୁଇଟି ବିଶାଳ ସମାବେଶରେ ଯୋଗ ଦେବେ । ପ୍ରତ୍ୟକ୍ଷ ଭାବେ ଯୁବ ଗୋଷ୍ଠୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ସହ ସରକାରଙ୍କ ସଫଳତାକୁ ଲୋକାଭିମୁଖୀ କରିବେ । ସେହିପରି ଯାଜପୁର ଏନସି କଲେଜ ପଡିଆରେ ଜିଲ୍ଲାର ବିଭିନ୍ନ କଲେଜରୁ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବାକୁ ଥିବାବେ ବେଳେ କୁସୁମା ପଡିଆରେ ୨୦ ହଜାର ଯୁବ କର୍ମୀ ସାମିଲ ହେବେ। କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।