ଖଣ୍ଡିଗିରି ରମାମଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ମାଆକୁ ବଞ୍ଚାଇବାକୁ ଯାଇ ଝିଅର ଚାଲିଗଲା ଜୀବନ

ରାସ୍ତା ପାର୍ ହେଉଥିବାବେଳେ ମାଆ ଓ ଝିଅଙ୍କ ଉପରେ ଚଢ଼ିଗଲା ବସ୍ । ଦୁର୍ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ଖଣ୍ଡିଗିରି ରମାମଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ମାଆ, ଝିଅ ରାସ୍ତା ପାର୍ ହେଉଥିବାବେଳେ ଖଣ୍ଡଗିରି ପଟୁ ଆସୁଥିବା ଏକ ବାଇକ ପ୍ରଥମେ ମାଆଙ୍କୁ ଧକ୍କା ଦେଇଥିଲା ।

ଭୁବନେଶ୍ୱର (କେନ୍ୟୁଜ୍‌) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ପାର୍ ହେଉଥିବାବେଳେ ମାଆ ଓ ଝିଅଙ୍କ ଉପରେ ଚଢ଼ିଗଲା ବସ୍ । ଦୁର୍ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ଖଣ୍ଡିଗିରି ରମାମଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ମାଆ, ଝିଅ ରାସ୍ତା ପାର୍ ହେଉଥିବାବେଳେ ଖଣ୍ଡଗିରି ପଟୁ ଆସୁଥିବା ଏକ ବାଇକ ପ୍ରଥମେ ମାଆଙ୍କୁ ଧକ୍କା ଦେଇଥିଲା । ଝିଅ ଦୌଡ଼ି ଆସି ମାଆଙ୍କୁ ଉଠାଇବା ସମୟରେ ପଛପଟୁ ଏକ ବସ୍ ଦ୍ରୁତ ଗତିରେ ଆସି ଝିଅ ଉପରେ ଚଢ଼ି ଯାଇଥିଲା ।

ବସ୍ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଖଣ୍ଡଗିରି ପୋଲିସ୍ ମୃତଦେହ ଜବତ କରି ତଦନ୍ତ କରୁଛି । ମୃତ ଛାତ୍ରୀ ଜଣକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ। ସେ ଅରବିନ୍ଦ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଖଣ୍ଡଗିରି ପୋଲିସ CCTV ଯାଞ୍ଚ କରି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.