ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି, ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା

ମାଆ ଯିବେ ରାଜ୍ୟସଭା, ଝିଅ ଲଢ଼ିବେ ଲୋକସଭା । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି । ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି । ସେ ରାଏ ବରେଲୀରୁ ପ୍ରାର୍ଥୀ ହୋଇ ପାରନ୍ତି । ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ଲଢିପାରନ୍ତି ।

ନୂଆଦିଲ୍ଲୀ: ମାଆ ଯିବେ ରାଜ୍ୟସଭା, ଝିଅ ଲଢ଼ିବେ ଲୋକସଭା । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି । ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି । ସେ ରାଏ ବରେଲୀରୁ ପ୍ରାର୍ଥୀ ହୋଇ ପାରନ୍ତି । ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ଲଢିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଉତ୍ତରପ୍ରଦେଶର ରାଏ ବଲେରୀରୁ ୨୦୦୪ରୁ ସାଂସଦ ଅଛନ୍ତି ସୋନିଆ ଗାନ୍ଧି । ସେ ରାଜ୍ୟସଭା ନିର୍ବାଚନ ଲଢିଲେ ପ୍ରିୟଙ୍କା ରାଏ ବଲେରୀ ମୈଦାନକୁ ଓହ୍ଲାଇବେ । ଉତ୍ତରପ୍ରଦେଶରେ କଂଗ୍ରେସ ସ୍ଥିତି ଅତି ଦୁର୍ବଳ । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ମାତ୍ର ଗୋଟିଏ ଆସନ ରାଏ ବଲେରୀ ଜିତିଥିଲା ।

ରାହୁଲ ଗାନ୍ଧି ଆମେଠିରୁ ହାରି ଯାଇଥିଲେ। ଉତ୍ତରପ୍ରଦେଶରେ ଖସୁଛି କଂଗ୍ରେସ । ଲୋକସଭା ସହ ବିଧାନସଭା ନିର୍ବାଚନରେ ବି ଶୋଚନୀୟ ପରାଜୟର ସାମନା କରିଥିଲା । ଏଭଳି ସ୍ଥିତିରେ ରାଏ ବଲେରୀରୁ ଲଢ଼ିଲେ ପ୍ରିୟଙ୍କା କେତେ ସଫଳ ହେବେ ତାଉପରେ ସମସ୍ତଙ୍କର ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.