ବଡ଼ମ୍ବା ବନବିଭାଗ ହେପାଜତରେ ଧନେଶ୍ୱର ମୃତ୍ୟୁ ମାମଲା: ୬ ବନ କର୍ମଚାରୀ ଗିରଫ ପରେ କୋର୍ଟ ଚାଲାଣ

ବଡ଼ମ୍ବା(କେନ୍ୟୁଜ୍): ବନ ବିଭାଗ ହେପାଜତରେ ବଡ଼ମ୍ବା ବ୍ଲକ ସାତଗୋଚ୍ଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ଘଟଣାରେ ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ଅନ୍ୟ ଅଭିଯୁକ୍ତମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାଏକ ମାଝି, କୁନା ବେହେରା ଓ ପ୍ରଭାତ ପ୍ରଧାନ ।

ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୪୧, ୩୨୩, ୩୫୪, ୩୦୨ ଓ ୩୪ ଲଗାଯାଇଛି । ଏହି ସୂଚନା ଦେଇଛନ୍ତି ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି । ଗତ ୫ ତାରିଖ ରାତିରେ ହାତୀ ଶିକାର ସନ୍ଦେହ କରି ବଡ଼ମ୍ବା ସାତଗୋଛିଆ ଗାଁର ଧନେଶ୍ୱର ବେହେରାଙ୍କୁ ଉଠାଇ ଆଣିଥିଲା । ପଚରାଉଚରା ବେଳେ ନିସ୍ତୁକ ମାଡ଼ ଯୋଗୁ ଧନେଶ୍ୱରର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା । ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀ ଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା ଜାରି ରଖିଥିଲା । ଏହି ଘଟଣାରେ ରେଞ୍ଜରଙ୍କ ସମେତ ୬ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.