କୋର୍ଟ ଭିତରେ ୪ ଘଣ୍ଟାର ବାଘ ଆତଙ୍କ, ଆକ୍ରମଣରେ ଆହତ ଅନେକ ଲୋକ
କେନ୍ୟୁଜ୍(ବ୍ୟୁରୋ): କୋର୍ଟ ଭିତରେ ୪ ଘଣ୍ଟାର ବାଘ ଆତଙ୍କ। ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କଲା। ଶେଷରେ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ଗାଜିଆବାଦ କୋର୍ଟ ପରିସରକୁ ହଠାତ ଏକ କଲରାପତରିଆ ପଶି ଆସିଥିଲା। ପ୍ରଥମ ଫ୍ଲୋରରେ ବାଘକୁ ଦେଖିବା ପରେ କୋର୍ଟ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ସୁରକ୍ଷିତ ସ୍ଥାନ ଖୋଜିବାକୁ ଲୋକେ ଦୌଡ଼ାଦୌଡ଼ି କରିଥିଲେ। ତା ଭିତରେ ଆକ୍ରମଣ ଆରମ୍ଭ କରିଦେଇଥିଲା କଲରାପତରିଆ।
ପ୍ରଥମେ କୋର୍ଟ ପରିସରରେ ଜୋତା ମରାମତି କରୁଥିବା ଜଣେ ବ୍ୟକ୍ତି ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ପରେ ଜଣେ ଓକିଲଙ୍କୁ ଆକ୍ରମଣ କରିଥିଲା। ୫ ଜଣ ଓକିଲଙ୍କୁ ଆକ୍ରମଣ କରିଛି ବାଘ। କୋର୍ଟ ପରିସରରେ ୧୨-୧୪ ଜଣଙ୍କୁ ବାଘ ଆକ୍ରମଣ କରିଛି। ସେମାନଙ୍କ ଭିତରୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ୬ ଜଣ । ଖବର ପାଇବା ପରେ ବନ ବିଭାଗ କର୍ମଚାରୀ କୋର୍ଟରେ ପହଞ୍ଚି ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ। ଆତଙ୍କ ସୃଷ୍ଟି କରିବାର ୪ ଘଣ୍ଟା ପରେ କାବୁ ହୋଇଥିଲା ବାଘ। …