Below header

ରାଉରକେଲା : ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା(କେନ୍ୟୁଜ) : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ହାତରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ। ଏକ କାରଖାନାରୁ ଡକାୟତି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ଠାରୁ କାରଖାନାରୁ ଲୁଟ କରିଥିବା ୪ କୁଇଣ୍ଟାଲ କପର ଜବତ ହୋଇଛି। ରବିବାର ରାତିରେ ୬ ରୁ ୭ ଜଣ ଡକାୟତ ବେଲଡ଼ିହିର ଏକ କାରଖାନାରେ ଜବରଦସ୍ତି ପଶି ଗାର୍ଡଙ୍କୁ ବାନ୍ଧି ଦେଇଥିଲେ।

ପରେ ଦୁଇଟି ଟ୍ରାନ୍ସଫର୍ମରରୁ ୪ କ୍ୱିଣ୍ଟାଲ ତମ୍ବା ତାର ଲୁଟି ନେଇଥିଲେ। ଏନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ୬ ଜଣ ଡକାୟତଙ୍କୁ ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଡକାୟତିରେ ବ୍ୟବହୃତ ଗ୍ୟାସ କଟର ଏବଂ ଏକ ପିକ୍‌ ଅପ ଭ୍ୟାନ ମଧ୍ୟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.