ଗାନ୍ଧିଛକରେ କ୍ରାଇମ୍ ସିନ୍ ରିକ୍ରିଏସନ୍, ଗୋପାଳ ଦେଖାଇଲା କେମିତି କରିଥିଲା ଗୁଳି
ଝାରସୁଗୁଡା (କେନ୍ୟୁଜ୍) : ଗୋପାଳ ଦେଖାଇଲା କେମିତି ଗୁଳି କରିଥିଲା । ଦୁଇ ହାତରେ ବନ୍ଧୁକ ଧରି ଗୁଳି ମାରିଥିଲା ଗୋପାଳ । କ୍ରାଇମ ସିନ୍ ରିକ୍ରିଏସନ୍ ବେଳେ ଗୋପାଳ ଦେଖାଇଲା ନବ ଦାସଙ୍କୁ କେମିତି ଗୁଳି ମାରିଥିଲା । ଗୁଳି ମାରିବା ବେଳେ ଦୁଇ ହାତରେ ବନ୍ଧୁକକୁ ଧରିଥିଲା । ଫୁଲ ମାଳ ପକାଇବା ବେଳେ କେମିତି ଗୁଳି ମାରିଥିଲା । ପଏଣ୍ଟ ବ୍ଲାଙ୍କରୁ କେମିତି ଗୁଳି ଚଳାଇଥିଲା ।
ଚାଲି ଚାଲି ଯାଇ ଫୁଲ ମାଳ ପକାଇବା ବେଳେ ଅତି ପାଖରୁ ଗୁଳି ଚଳାଇଥିଲା ଗୋପାଳ । ତାହା ଗୋପାଳ ତଦନ୍ତକାରୀ ଟିମ ଆଗରେ ଦେଖାଇଥିଲା । ଗୁଳିମାଡ଼ ପରେ ଲୋକଙ୍କୁ କେମିତି ବନ୍ଧୁକ ମାଧ୍ୟମରେ ଡରାଇଥିଲା । ସ୍ଥାନୀୟ ଲୋକ ଓ ପୋଲିସ କେମିତି ତାକୁ କାବୁ କରିଥିଲେ ।
ତାହା ତଦନ୍ତକାରୀ ଟିମ୍ ଆଗରେ ଗୋଟି ଗୋଟି କହିଛି ଗୋପାଳ । ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରାଇମ ସିନ୍ ରିକ୍ରିଏସନ ବେଳେ ଗୋପାଳ ଆଦୌ ଅନୁତପ୍ତ ନଥିଲା । ମନରେ ଭୟ ଥିବା ଭଳି ଜଣାପଡ଼ୁନଥିଲା । ତଦନ୍ତକାରୀ ଟିମକୁ କହୁଥିଲା ଘଟଣା ଦିନର କାହାଣୀ ।