ସକାଳୁ ସକାଳୁ ଦୁର୍ଘଟଣା ; ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ, ୬ ଗୁରୁତର

ଭଦ୍ରକ ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ଟ୍ରକ ଦୁର୍ଘଟଣା। ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ଟ୍ରକ ଦୁର୍ଘଟଣା। ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ କୁକୁଡ଼ା ଚିଆଁ ଟ୍ରକ ଭୁବେନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭରର ଆଖି ଲାଗି ଯିବାରୁ ଡିଭାଡ଼ର ପାର ହୋଇ ଅପରପକ୍ଷେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ବାଡେଇଥିଲା। ଫଳରେ କୁକୁଡ଼ା ଚିଆଁ ଟ୍ରକରେ ଥିବା ୬ ଜଣ ଗୁରୁତ୍ୱର ହୋଇଥିଲେ। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମସ୍ତ ଗୁରୁତର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.