କ୍ଷେତ୍ର ନିର୍ଦ୍ଦେଶକ କାର୍ଯ୍ୟାଳୟ ଘେରିଲେ ଶିମିଳିପାଳର ୬ଶହ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ, ଜଣାଇଲେ ୭ଦଫା ଦାବି

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଅସ୍ଥାୟୀ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ କର୍ମଚାରୀ ମାନେ ବାରିପଦା ଭଞ୍ଜପୁର ଠାରେ କ୍ଷେତ୍ର ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଶିମିଳିପାଳର ଉତ୍ତର ଓ ଦକ୍ଷିଣ ଡିଭିଜନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ଏହି ୬ଶହ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ।

କରଞ୍ଜିଆ(କେନ୍ୟୁଜ୍):ଶିମିଳିପାଳରେ କ୍ଷେତ୍ର ନିର୍ଦ୍ଦେଶକ କାର୍ଯ୍ୟାଳୟ ଘେରିଲେ ଅସ୍ଥାୟୀ ବନ କର୍ମଚାରୀ। ଶିମିଳିପାଳର ୬ଶହ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ ୭ଦଫା ଦାବି ଉପସ୍ଥାପନ କରି କାର୍ଯ୍ୟ ବନ୍ଦ କରିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ଅସ୍ଥାୟୀ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ କର୍ମଚାରୀ ମାନେ ବାରିପଦା ଭଞ୍ଜପୁର ଠାରେ କ୍ଷେତ୍ର ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଶିମିଳିପାଳର ଉତ୍ତର ଓ ଦକ୍ଷିଣ ଡିଭିଜନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ଏହି ୬ଶହ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ।

ଗତ ମାସକ ମଧ୍ୟରେ ଦୁଇ ଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ନିହତ ହେବା ପରେ ମୃତ କର୍ମଚାରୀ ମାନଙ୍କ ଜୀବନ ସୁରକ୍ଷା ପାଇଁ ବୀମା ଯୋଗାଇବା, ମୃତ୍ୟକାଳୀନ ସହାୟତା ରାଶି ୨୦ଲକ୍ଷ ଯୋଗାଇବା, ୮ଘଣ୍ଟାର ପାରିଶ୍ରମିକ ବଦଳରେ ୨୪ଘଣ୍ଟାର ପାରିଶ୍ରମିକ ପ୍ରଦାନ କରିବା ଆଦି ୭ଦଫା ଦାବି ଉପସ୍ଥାପନ କରିଛନ୍ତି। ଦାବି ପୂରଣ ନହେଲେ କାର୍ଯ୍ୟ ବନ୍ଦ କରିବା ସହ ନୂତନ ପ୍ରୋଟେକ୍‌ସନ ଆସିଷ୍ଟାଣ୍ଟ କର୍ମଚାରୀଙ୍କୁ ନିୟୋଜିତ କରାଇନଦେବାକୁ ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.