Below header

କେବେ ଦୂର ହେବ ଅନ୍ଧବିଶ୍ୱାସ ? ଡାହାଣୀ ସନ୍ଦେହରେ ୬୨ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡକୁ ଛେଚିଛେଚି କଲେ ହତ୍ୟା

ମୟୂରଭଞ୍ଜ (କେନ୍ୟୁଜ): ଡାହାଣୀ ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ। ପର୍ଦ୍ଦାଫାସ କଲା ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ପୋଲିସ । ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।

ଗତ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜଣେ ୬୨ ବର୍ଷୀୟା ବୃଦ୍ଧା ମହିଳାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହୁଲଡ଼ିହା ଥାନା ପୋଲିସ ୩ ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତମାନେ ହେଲେ ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ,କାଣ୍ଡେ ହେମ୍ବ୍ରମ ଏବଂ ଜଣେ ନାବାଳକ। ବୃଦ୍ଧାଙ୍କୁ ଏକ ଟାଙ୍ଗିଆରେ ଛେଚି ହତ୍ୟା କରିଥିବା ସେମାନେ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ୩ ଜଣ ମଧ୍ୟରୁ ମାନକୀ ମୁଣ୍ଡୁରୀଙ୍କ ମା’ ଙ୍କର ମାସେ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିପରି କାଣ୍ଡେର ବାପାଙ୍କର ଅଢେଇ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ଏହାବାଦ ସମ୍ପୃକ୍ତ ନାବାଳକ ଅଭିଯୁକ୍ତଙ୍କ ଭାଇ ବର୍ଷେ ପୂର୍ବରୁ ଆଖି ବୁଜିଥିଲେ। ଏହି ସବୁ ଘଟଣାକୁ ନେଇ ସେମାନେ ସୁନେଇକୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏଣୁ ସୁନେଇଙ୍କୁ ଜୀବନରୁ ଶେଷ କରିବାକୁ ଯୋଜନା କରି ଜାଲ ବିଛାଇଥିଲେ।

ଗତ ମଙ୍ଗଳବାର ଜୟରାମ ଭାଲିଆଡାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସି ଭାଲିଆଡାଳ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ଏହାର ସୁଯୋଗ ନେଇ ୩ ଅଭିଯୁକ୍ତ ସେହିଦିନ ରାତିରେ ସୁନେଇଙ୍କ ଘରକୁ ଯାଇଥିଲେ। ସେମାନେ କବାଟକୁ ଭାଙ୍ଗି ଘରେ ପଶି ଏକ କୁରାଢ଼ୀ ସାହାଯ୍ୟରେ ସୁନେଇଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ପଳାଇ ଯାଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.