Below header

ଆସନ୍ତା ସପ୍ତାହରେ ସୃଷ୍ଟି ହେବ ସାଇକ୍ଲୋନ୍‌ , ସମ୍ଭାବ୍ୟ ବାତ୍ୟାର ନାଁ ରହିବ ‘ସୀତରଙ୍ଗ’

(କେନ୍ୟୁଜ): ସତ ହେଲା ବାତ୍ୟା ‘ସୀତରଙ୍ଗ’ । ତିନି ମାସ ପୂର୍ବରୁ ଯାହା ଆକଳନ କରାଯାଇଥିଲା, ତାହା ସତ ହେବାକୁ ଯାଉଛି । ଜୁନ୍‌ ମାସରେ ବାତ୍ୟା ସୀତରଙ୍ଗ ମୁକାବିଲା ନେଇ ମକ୍‌ ଡ୍ରିଲ୍‌ କରାଯାଇଥିଲା । ଜୁନରେ ସ୍ୱତନ୍ତ୍ର ରିଲିଫ କମିଶନର ଲେଖିଥିବା ଚିଠିରେ ବାତ୍ୟା ମୁକାବିଲା ମକଡ୍ରିଲ୍‌ ନେଇ ୧୮ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା । ଚିଠିରେ ଉଲ୍ଲେଖ ରହିଥିଲା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼ ସୀତରଙ୍ଗ । ଉତ୍ତର ଓ଼ଡିଶା ଉପକୂଳର ଧାମରା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି କହିଥିଲା । ଏବେ ସତ ହେଲା ସିତରଙ୍ଗ ପୂର୍ବାନୁମାନ ।

ବର୍ତ୍ତମାନ ବଙ୍ଗୋପସାଗରରେ ୨୩ କିମ୍ବା ୨୪ ତାରିଖ ବେଳକୁ ସୃଷ୍ଟି ହେବ ସାମୁଦ୍ରିକ ଝ଼ଡ଼ । ଏନେଇ ବାତ୍ୟା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ରହିଛି । ୪୮ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବ ଡିପ୍ରେସନ୍‌ । ୨୩ କିମ୍ବା ୨୪ ତାରିଖ ବେଳକୁ ସୃଷ୍ଟି ହୋଇପାରେ ସାଇକ୍ଲୋନ୍‌ । ତେବେ ଏହା କେଉଁ ଉପକୂଳ ଅତିକ୍ରମ କରିବ ? ତୀବ୍ରତା କେତେ ରହିବ ? ୨୨ ତାରିଖରେ ଡିପ୍ରେସନ୍‌ ହେବା ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.