ଆଜି ଭୋରରୁ ଓଡ଼ିଶା ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ପଠାଯିବ ଘରକୁ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢୁଥିବା ୬୯ ଜଣ ଛାତ୍ରଛାତ୍ରୀ । ଆଜି ଭୋର ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱରରୁ ପହଞ୍ଚିଛନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ସେମାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଛି । ଭୁବନେଶ୍ୱର ପାନ୍ଥନୀବାସରେ ସମାନଙ୍କ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରଥମେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ପରେ ଘରକୁ ପଠାଯିବ ।

କରୋନା ପାଇଁ ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛୁଟି ଘୋଷଣା ପରେ ସେଠାରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣିବାକୁ ଓଡିଶା ସରକାର ବ୍ୟବସ୍ଥା କରିଥିଲେ । ଛାତ୍ରଛାତ୍ରୀ ମାନେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ପହଞ୍ଚିବା ପରେ ଓଡିଶା ମୋ ପରିବାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଭଦ୍ରକ ବିଧାୟକ, ଭୁବନେଶ୍ୱର ମଧ୍ୟ ବିଧାୟକ, ବିଜେଡି ଛାତ୍ର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.