୧୪୪ ଧାରା ସତ୍ୱେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳୁଛି ଜନଗହଳି, ଆଜି ସୁଦ୍ଧା ପର୍ଯ୍ୟଟକମାନେ ପୁରୀ ଛାଡିବାକୁ ନିର୍ଦ୍ଦେଶ

ପୁରୀ: ଆଜି ସୁଦ୍ଧା ପର୍ଯ୍ୟଟକମାନେ ପୁରୀ ଛାଡିବାକୁ ରହିଛି ନିର୍ଦ୍ଦେଶ । ସେପଟେ ପୁରୀ ବେଳାଭୂମିରେ ମଙ୍ଗଳବାରଠାରୁ ୧୪୪ ଧାରା ଜାରି ହୋଇଛି । ମଙ୍ଗଳବାର ପର୍ଯ୍ୟଟକମାନେ ହୋଟଲରୁ ବାହାରି ନଥିଲେ । ପୁରୀ ବେଳାଭୂମି ଖାଁଖାଁ ଲାଗୁଥିଲା । କିନ୍ତୁ ଗତକାଲି ୧୪୪ ଧାରା ସତ୍ୱେ ଦେଖିବାକୁ ମିଳିଥିଲା ଗହଳି ଚହଳି । ଦିଗବାରେଣି ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥିଲା । କଟକଣା ସତ୍ୱେ ଏତ ସଂଖ୍ୟକ ପର୍ଯ୍ୟଟକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.