WhatsApp ରେ ଡିଲିଟ୍‌ ହୋଇଥିବା ମେସେଜ୍‌ ପଢ଼ିବାକୁ ଚାହୁଁଥିଲେ, ଟ୍ରାଏ କରନ୍ତୁ ଏହି ଟ୍ରିକ୍‌

ଦୁନିଆର ସମସ୍ତ ଚାଟିଂ ଆପ୍‌ ମଧ୍ୟରେ ହ୍ଵାଟ୍ସ ଆପ୍‌ (WhatsApp) ସବୁଠାରୁ ଲୋକପ୍ରିୟ। ଫେସ୍‌ବୁକ୍‌ ଦ୍ୱାରା ପରିଚାଳିତ ଏହି ଆପ୍‌ ୨୦୧୭ ମସିହାରେ ଡିଲିଟ୍‌ ମେସେଜ୍‌ ବିକଳ୍ପ ଆଣିଥିଲା। ଏହି ଫିଚର ଜରିଆରେ ୟୁଜର କାହାକୁ ଯଦି କିଛି ଭୁଲରେ ପଠାଇ ଦେଇଥିବେ ତେବେ ଚାହିଁଲେ ଡିଲିଟ୍‌ କରିପାରିବା ସୁବିଧା ଉପଲବ୍ଧ ଥିଲା। ଏହି ଫିଚର ବ୍ୟବହାର କରି କେବଳ ମେସେଜ୍‌ ନୁହେଁ ଫଟୋ, ଭିଡିଓ ଓ ଅନ୍ୟ ଫାଇଲ୍‌କୁ ମଧ୍ୟ ଡିଲିଟ୍‌ କରିହେବ। ଏହାର ଅର୍ଥ ଥରେ ଡିଲିଟ୍‌ କରାଯିବା ପରେ ଆଉ କେହି ଏହି ମେସେଜ୍‌କୁ ଦେଖିପାରିବେ ନାହିଁ। ତେବେ ବର୍ତ୍ତମାନ ଏକ ନୂଆ ଟେକ୍ନିକ୍‌ ବାହାରିଛି, ଯାହା ମାଧ୍ୟମରେ ଆପଣ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ମଧ୍ୟ ଦେଖିପାରିବେ। ଆସନ୍ତୁ ଜାଣିବା ଏହାର ଉପାୟ…
whatsapp2
  • ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ WhatsRemoved+ ଡାଉନ୍‌ଲୋଡ୍‌ କରି ଇନ୍‌ଷ୍ଟଲ୍‌ କରନ୍ତୁ।
  • ଇନ୍‌ଷ୍ଟଲ ହୋଇସାରିବା ପରେ ଏହାକ ଓପନ୍‌ କରନ୍ତୁ। ଏହା ପରେ ଇନ୍‌ଷ୍ଟଲେସନ୍‌ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
  • ଏହା ପରେ ଆପଣଙ୍କୁ ସେସବୁ ଆପ୍‌କୁ ଚୟନ କରିବାକୁ କୁହାଯିବ ଯାହାର ନୋଟିଫିକେସନ୍‌ ଓ ଡିଲିଟ୍‌ ଚେଞ୍ଜେସ୍‌ ଆପଣ ଷ୍ଟୋର କରିବାକୁ ଚାହୁଁଛନ୍ତି।

whatsremoved

  • ଏହି ତାଲିକାରେ ଆପଣଙ୍କୁ ହ୍ଵାଟ୍ସଆପ୍‌ ବାଛିବାକୁ ହେବ।
  • ଅନ୍ୟ ସ୍କ୍ରିନ୍‌ରେ ‘YES’ ଉପରେ ଟ୍ୟାପ୍‌ କରନ୍ତୁ। ଫାଇଲକୁ ସେଭ୍‌ କରିବା ପାଇଁ Allow ଉପରେ ଟ୍ୟାପ୍‌ କରନ୍ତୁ। ଏବେ ଏହି ଆପ୍‌ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
  • ଏବେ ଡିଲିଟ୍‌ ମେସେଜ୍‌ ସମେତ ଯାହା ବି ନୋଟିଫିକେସନ୍‌ ଆପଣଙ୍କ ନିକଟକୁ ଆସିବ, ସେ ସବୁ WhatsRemoved+ ରେ ରହିଥିବ।
  • ତେବେ ଗୋପନୀୟତା ଦୃଷ୍ଟିରୁ ଏହି ଫିଚର ଆଇଓଏସ୍‌ରେ ଉପଲବ୍ଧ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.