ହୃଦୟବାନ କୁନି ଈଶାନ, ଲକଡାଉନରେ ଖରାରେ ଡ୍ୟୁଟି କରୁଥିବା ପୋଲିସଙ୍କ ସୁରକ୍ଷା ପାଇଁ ନିଜ ସଞ୍ଚିତ ୪୩ ହଜାର ଟଙ୍କା କଲେ ଦାନ

କେନ୍ୟୁଜ୍(ବ୍ୟୁରୋ):  କୁନି ଈଶାନର ହୃଦୟବାନ କାମ। ପୋଲିସ କମିଶନରଙ୍କୁ ଦାନ କଲା ନିଜ ସଂଚିତ ଅର୍ଥ। ଯେଉଁ ବୟସରେ ନିଜ ସଞ୍ଚିତ ପିଇସାରେ ଖେଳନା କିଣି ଓ ଚକଲେଟି ନିଜ ମନୋରଞ୍ଜନ କରିବା କଥା ସେହି ବୟସରେ ଏକ ମହାନ କାମ କରିଛନ୍ତି  କୁନି ଶିଶୁ ଇଶାନ। କୋଭିଡ଼ ପାଇଁ ଲକଡାଉନ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ପ୍ରତିଦିନ ଖରାରେ ଛିଡା ହୋଇ ନିଜ କର୍ତ୍ତବ୍ୟ କରୁଥିବାର ଈଶାନ ପ୍ରତିଦିନ ଟିଭିରେ ଦେଖନ୍ତି। ଏହି ପୋଲିସ କର୍ମଚାରୀଙ୍କୁ ଦେଖି ଈଶାନ ମନେ ମନେ ଭାବିଥିଲେ ନିଜ ସଞ୍ଚିତ ଅର୍ଥରେ ଯଦି ଏଇମାନଙ୍କ ଉପକାରରେ ଆସିପାରିବ ତେବେ ବହୁତ ଖୁସି ଲାଗିବ।

  eshann

ଏହି କଥାକୁ ଈଶାନ ନିଜ ମା’ ଓ ବାପାଙ୍କୁ  କହିଥିଲେ। ପରେ ମା’ବାପାଙ୍କ ସମ୍ମତି କ୍ରମେ ଆଜି ପୋଲିସ ସେବା ଭବନ ଆସି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ  ନିଜର ସଞ୍ଚିତ ଅର୍ଥ ୪୩ ହଜାର ଟଙ୍କା ଦାନ କରିଥିଲେ। କମିଶନର ଈଶାନଙ୍କ ଟଙ୍କା ଗ୍ରହଣ କରି ଧନ୍ୟବାଦ ଜଣାଇଥିଲେ। ଏହି  ଟଙ୍କାରେ ଭୁବେନେଶ୍ବରରେ କୋଭିଡ଼ ସମୟରେ  ଖରାରେ ଛିଡା ହୋଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ସିପି ଈଶାନଙ୍କୁ ପ୍ରତିଶୃତି ଦେଇଥିଲେ। ଏତେ ଛୋଟ ବୟସର ଈଶାନଙ୍କ ଏପରି ସମାଜ ସେବା ପ୍ରତି ମନୋଭାବ ଦେଖି କମିଶନର  ଖୁସିରେ ସାବାସୀ ଦେଇଥିଲେ। କହି ରଖୁଛୁ  ଈଶାନ ଭୁବନେଶ୍ବରର ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.