ଜାପାନରେ ପ୍ରସିଦ୍ଧ ଏହି ସେଲିବ୍ରିଟି କଇଁଛ, ତା’ର ଚାଲିରେ ଆକର୍ଷିତ ହୋଇଯାଆନ୍ତି ହଜାର ହଜାର ଯୁବତୀ

ଯଦି ଆପଣ ଭାରତରେ କୌଣସି ରାସ୍ତାରେ ଭିଡ଼ ଦେଖୁଛନ୍ତି, ତ ଅଧିକରୁ ଅଧିକ ସମ୍ଭାବନା ଥାଏ କି ସେଠି କେହି ସେଲିବ୍ରିଟି ଉପସ୍ଥିତ ଥିବେ। କିନ୍ତୁ ଜାପାନର ଟୋକିଓରେ ଲୋକେ ୨୫ ବର୍ଷର ଏକ କଇଁଛର ଫ୍ୟାନ। ସୋସିଆଲ ମିଡିଆରେ ବନ ନାମକ ଏହି କଇଁଛର ବହୁତ ଚର୍ଚ୍ଚା ହେଉଛି।

‘ବନ ଚାନ’ ୬୮ ବର୍ଷୀୟ ମିଟାନୀ ହିସାଓଙ୍କ ପାଳିତ କଇଁଛ। ମିଟାନୀ ଟିକଟକରେ ଏହି କଇଁଛର ଅନେକ ଭିଡ଼ିଓ ସେୟାର କରିଥାନ୍ତି, ଯାହା ଉପରେ କୋଟିଏରୁ ଅଧିକ ଭିୟୁଜ ମିଳିଥାଏ। ଖାସ କରି ବନର ଧିମା ଚାଲିକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଛି।

ବନ ମାଲିକଙ୍କ କହିବା ହେଲା, ୧୦ ବର୍ଷ କାଳ ଏହାକୁ ଘର ଭିତରେ ରଖିବାକୁ ପଡ଼ିଥିଲା। ଏହାପରେ ବନ ଯେତେବେଳେ ୧୦ ବର୍ଷର ହେଲା, ସେତେବେଳେ ଏହାକୁ ରାସ୍ତା ଉପରକୁ ବୁଲାଇବାକୁ ଅଣାଯାଇଥିଲା। ସେବେଠୁ ଏ ପର୍ଯ୍ୟନ୍ତ ବନ ତିନି ଅଲଗା ଅଲଗା ରୁଟସର ସହରରେ ବୁଲିବାକୁ ବାହାରିଥାଏ। ଯେତେବେଳେ ଏହା ବାହାରକୁ ବାହାରେ, ଲୋକେ ତାକୁ ଦେଖିବା ପାଇଁ ଭିଡ଼ ଜମାଇ ଦିଅନ୍ତି। ବନ ସହିତ ସେଲ୍ଫି ନେବାକୁ ମଧ୍ୟ ଯୁବତୀମାନେ ବେଶ ଉତ୍ସାହିତ ଥାଆନ୍ତି।

ବନ ଏବେ ୨୫ ବର୍ଷର, ଓଜନ ପାଖାପାଖି ୭୦ କିଲୋ। ମିଟାନୀଙ୍କର ଏବେ ଚିନ୍ତା ସେ ଚାଲିଗଲା ପରେ ବନ କାହା ସହିତ ରହିବ। ଏଥିପାଇଁ ସେ ନୂଆ ମାଲିକ ମଧ୍ୟ ଖୋଜୁଛନ୍ତି। ମିଟାନୀଙ୍କ କହିବା ହେଲା, ଆଗାମୀ ୧୦ ବର୍ଷ ଯାଏ ବୋଧ ହୁଏ ସେ ବନକୁ ବୁଲେଇବାକୁ ନେଇ ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.