Below header

ଓ୍ବେଲମାର୍କଡ଼ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ୭ ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେ ନ୍ୟୁଜ): ଓ୍ବେଲମାର୍କଡ଼ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଅବପାତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ । ଏବେ ଏହା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଘନିଭୁତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବୋଲି ଜଣାଯାଇଛି । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର | ୭ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଦେଙ୍କନାଳ । ୧୩ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ରେଡ଼ ୱାର୍ଣ୍ଣିଙ୍ଗ ଆଲର୍ଟ ହୋଇଥିବା ଜଣାଯାଇଛି ।

WARNING

ଏହି ଜିଲ୍ଲା ଗୁଡିକର ତଳିଆ ଅଂଚଳରେ ପାଣିଜମିବା ସହ ଚାଷ ଜମିଗୁଡିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେବେକି ଗଞ୍ଜାମ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଯାଜପୁର,ଭଦ୍ରକ ଜିଲ୍ଲାକୁ ଓରେଞ୍ଜ ୱାର୍ନିଙ୍ଗ ଜରି କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ୮ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ନେଇ ଜଣାଯାଇଛି । ପାଖାପାଖି ୧୨ ରୁ ୨୦ ମିଲିମିଟର ବର୍ଷ ହେବାର ସମ୍ଭାବନା ରହିଛି । ୨ ଦିନ ପର୍ଯନ୍ତ ଏହାର ପ୍ରଭାବ ରହିବା ସହ ୧୪ ତାରିଖ ପର୍ଯନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.