ଆସନ୍ତା ୧୬ ତାରିଖରେ ଏକାଥରକେ ୭ ହଜାର ଶିକ୍ଷକ ପାଇବେ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୬ ତାରିଖରେ ଏକାଥରକେ ୭ ହଜାର ନିଯୁକ୍ତି ପାଇବେ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାର ଟାର୍ଗେଟ ରଖିଥିଲେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୧ ହଜାର ପଦବୀ ମଧ୍ୟରୁ ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଏବେ ମିଳିବ । ବାକି ୪ ହଜାର ସଂରକ୍ଷିତ ପଦବି ପାଇଁ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । ଏହାକୁ ନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି । ସପ୍ତାହକ ମଧ୍ୟରେ ଏ ନେଇ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ପ୍ରାଥମିକ ଭାବେ 5ଟି ସ୍କୁଲ ଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି । କେବଳ ସ୍କୁଲ କୋଠା ନବୀକରଣ ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.