Below header

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ହଜାର ୨ ପଜିଟିଭ୍ ଚିହ୍ନଟ, ୪୨ ଜଣଙ୍କ ଜୀବନ ଯାଇଛି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୧୦ ପ୍ରତିଶତକୁ ଖସିଲା ସଂକ୍ରମଣ।  ଆଜି ପଜିଟିଭିଟି ରେଟ୍‌ ରହିଛି ୯.୭୨ ପ୍ରତିଶତ । ଗତ ୧୫ଦିନ ମଧ୍ୟରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ଆଜି ୭୧ ହଜାର ୯୭୩ ଟେଷ୍ଟିଂ ହୋଇଥିବାବେଳେ ୭ ହଜାର ୦୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୧୫ ଦିନରେ ୧୧ ହଜାର ୨୧୪ ଟେଷ୍ଟିଂ ବଢିଥିବାବେଳେ ୫ ହଜାର ୮୫୦ ପଜିଟିଭ୍‌ ସଂଖ୍ୟା କମ୍‌ ରହିଛି। ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେପଟେ ରାଜ୍ୟରେ ୮ ଲକ୍ଷ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଟପ୍‌ ୫ ଜିଲ୍ଲାରେ ଅଛନ୍ତି ଖୋର୍ଦ୍ଧା, କଟକ, ଯାଜପୁର ଅନୁଗୁଳ ଓ ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୬୯ ଆକ୍ରାନ୍ତ ହୋଇଛନ୍ତି।

କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୁଳରୁ ୪୪୩ ଓ ମୟୂରଭଞ୍ଜରୁ ୩୮୪ ନୂଆ କେସ୍‌ ରହିଛି। କେବଳ ଏହି ୫ ଜିଲ୍ଲାରୁ ୩ ହଜାର ୨୮୦ ରହିଛି କରୋନା କେସ୍‌। ୯ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ରେଡ ଜୋନ୍‌ରେ ରହିଛି ୧୩ ଜିଲ୍ଲା । ଗତକାଲି ୨୩ ଜିଲ୍ଲା ଥିଲା ରେଡ୍‌ ଜୋନରେ ।

୪୮ ଘଣ୍ଟାରେ ୨୫ ରେଡ ଜୋନ୍‌ ଜିଲ୍ଲାକୁ ୧୩କୁ ଖସିଲା। ୟେଲୋ ଜୋନରେ ୧୦ ଜିଲ୍ଲା ଥିବାବେଳେ ୭ ଜିଲ୍ଲା ଗ୍ରୀନ ଜୋନରେ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୭୮ ହଜାର ୬୮୭ ରହିଛି। ମୋଟ ମୃତ୍ୟୁସଂଖ୍ୟା ୨୯ ଶହ ୫୨କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.