ରାଜା-ରାଣୀ ସାଜିଲେ ବାଦଶାହ ଓ ଜ୍ଯାକଲିନ, ଧୁମ ମଚାଉଛି ଭିଡିଓ

ବାଦଶାହ ଏବଂ ଆସ୍ଥା ଗିଲଙ୍କ ନୂଆ ଗୀତ ‘ ପାନି ପାନି’ର ଟିଜର ରିଲିଜ ହୋଇଛି। ଏହି ଗୀତରେ ପୁଣିଥରେ ବାଦଶାହ ଏବଂ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜଙ୍କ ଯୋଡି ନଜର ଆସିବ। ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ବହୁ ପ୍ରତିକ୍ଷୀତ ଗୀତ ‘ପାନି ପାନି’ ଗୀତଟି ଜୁନ ୯ ତାରିଖରେ ରିଲିଜ ହେବ। ଜ୍ଯାକଲିନ ଅପକମିଂ ଗୀତର ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓଟି ଜୈସଲମରରେ ସୁଟ କରାଯାଇଛି। ଟିଜର ରିଲିଜ ହେବାର କିଛି ସମୟୟ ପରେ ୩ ଲକ୍ଷ ୫୦ରୁ ଅଧିକ ଥର ଦେଖାଯାଇସାରିଛି।


ସୂଚନାଯୋଗ୍ଯ, ଦ୍ବିତୀୟ ଥର ପାଇଁ ଜ୍ଯାକଲିନ ଏବଂ ବାଦଶାହ ଏକାଠି ପୁଣି ନଜର ଆସିବେ। ପୂର୍ବରୁ ଦୁହେଁ ‘ ଗେନ୍ଦା ଫୁଲ’ରେ ଏକାଠି ନଜର ଆସିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.