ପ୍ରଶଂସା ସାଉଁଟୁଛନ୍ତି ସପ୍ତମ ଶ୍ରେଣୀ ଛାତ୍ର ଜଗନ୍ନାଥ ନାୟକ, ପାଟିରେ ହାତ ବାଡେଇ କରୁଛନ୍ତି ବାଦ୍ୟ ପରିବେଷଣ

କଣ୍ଟାମାଳ: ବୟସ ଛୋଟ, କିନ୍ତୁ ପ୍ରତିଭା ବଡ଼। ବିନା ବାଜାରେ ବାଜା ବଜାଇ ପାରୁଛନ୍ତି। ପାଟିରେ ହାତ ବାଡ଼େଇ ବାଦ୍ୟ ପରିବେଷଣ କରିବା ବୋଧେ କେହି କେବେ ଦେଖି ନଥିବେ। ଦେଖନ୍ତୁ ଏହି ଦୃଶ୍ୟ।  ଜଣେ କୁନି ପ୍ରତିଭା କିଭଳି ନିଆରା ଢଙ୍ଗରେ ବାଦ୍ୟ ପରିବେଷଣ କରୁଛନ୍ତି। ଦେଖିଲେ ଓ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତାଙ୍କ ନାଁ ଜଗନ୍ନାଥ ନାୟକ ଓ ଘର ବୌଦ୍ଧ ଜିଲ୍ଲାରେ। କଣ୍ଟାମାଳ ବ୍ଳକ ଖଟଖଟିଆ ନୋଡାଲ ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଜଗନ୍ନାଥ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜାଗନ୍ନାଥଙ୍କ ଏଭଳି ନିଆରା ବାଦ୍ୟ ପରିବେଷଣକୁ ଖୁବ ତାରିଫ ମିଳୁଛି। ପ୍ରଥମେ ବାପାଙ୍କ ମୃଦଙ୍ଗ ବାଦ୍ୟ ଶୁଣି ଜଗନ୍ନାଥ ହାତ ମାଧ୍ୟମରେ ଅଭ୍ୟାସ କରିଥିଲେ । ଏବେ ପାଟିରେ ହାତ ବାଡେଇ ଅସାଧାରଣ ବାଦ୍ୟ ପରିବେଷଣ କରୁଛନ୍ତି ।