ଭାରତରେ ଅଛି ଏସିଆର ସବୁଠୁ ସ୍ୱଚ୍ଛ ଗାଁ

ଭାରତକୁ ଗାଁ ମାନଙ୍କର ଦେଶ କୁହାଯାଏ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୮.୮୪ ପ୍ରତିଶତ ଲୋକ ଗାଁରେ ହିଁ ବାସ କରିଥାନ୍ତି । ଏଣୁ ଦେଶରେ ପ୍ରାୟ ଛୋଟ ବଡ ମିଶାଇ ୬୪୦,୮୬୭ଟି ଗାଁ ଅଛି । ଏହା ଛଡା ପ୍ରତି ଗାଁର ଭିନ୍ନ ଭିନ୍ନ ପରମ୍ପରା ଥିବା ସହ , ଭିନ୍ନ ଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ତେଣୁ ପ୍ରତି ଗାଁର ନିଜର ଏକ ସ୍ୱତନ୍ତ୍ରତା ମଧ୍ୟ ଅଛି । ଏବେର ପରିବେଶ ଅତ୍ୟନ୍ତ ପ୍ରଦୂଷିତ ହେଉଥିବା ବେଳେ ଗାଁ ଲୋକେ ମଧ୍ୟ ସ୍ୱଚ୍ଛତାକୁ ନେଇ ବେଶ ସଚେତନ ହୋଇ ଗଲେଣି । ନିଜ ନିଜ ଗାଁକୁ ସଫାସୁତରା ଓ ପ୍ରଦୂଷଣ ମୁକ୍ତ ରଖିବା ଲାଗି ସେହି ଗାଁର ଲୋକେ ବେଶ ଚେଷ୍ଟା ଚଳାଇଛନ୍ତି । ପରିବେଶ ସୁସ୍ଥ ରହିଲେ ହିଁ ଏକ ସୁସ୍ଥ ଜୀବନ ସମ୍ଭବ ହେବ ବୋଲି ସମସ୍ତେ ଜାଣି ସାରିଲେଣି ।

କିନ୍ତୁ ଭାରତରେ ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦା ବିଗତ କେତେ ବର୍ଷ ହେବ ସ୍ୱଚ୍ଛତା ଦିଗରେ ବେଶ ସଚେତନ । ନିଜ ଚେଷ୍ଟା ମାଧ୍ୟମରେ ହିଁ ନିଜ ଗାଁକୁ ପ୍ରଦୂଷଣ ମୁକ୍ତ ରକହିବା ସହ ନିଜ ପାଇଁ ଏକ ସୁସ୍ଥ ପରିବେଶ ମଧ୍ୟ ସୃଷ୍ଟି କରିପାରିଛନ୍ତି । ଏଥି କାରଣରୁ ଏହି ଗାଁ କେବଳ ଭାରତରେ ନୁହେଁ ସମଗ୍ର ଏସିଆ ମହାଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଖାଲି ସେତିକି ନୁହେଁ ‘ମବଳୟାଙ୍ଗ’କୁ ଏସିହା ମହାଦେଶର ସବୁଠାରୁ ସ୍ୱଚ୍ଛ ଗାଁ ହେବାର ଉପାଧି ମଧ୍ୟ ମିଳିଛି । ନିଜର ଏହି ବିଶେଷତା ପାଇଁ ଏହି ଗାଁ ବିଶ୍ୱ ମାନଚିତ୍ରରେ ନିଜ ପାଇଁ ଏକ ଖାସ ସ୍ଥାନ ସୃଷ୍ଟି କରିପାରିଛି ।

ଆମେ ଏଠାରେ ମେଘାଳୟର ଏକ ଗାଁ ‘ମବଲୋୟଙ୍ଗ’ ବିଷୟରେ କହୁଛୁ । ଏହି ଗାଁଟି ମେଘାଳୟର ରାଜଧାନୀ ସିଲଂ ଏବଂ ଭାରତ ଓ ବଳଙ୍ଗଦେଶ ସୀମା ଠାରୁ ପ୍ରାୟ ୯୦ କିଲୋମିଟର ଦୂରତାରେ ଅବସ୍ଥିତ । ଏହି ଛୋଟ ଗାଁ ଟିରେ ପ୍ରାୟ ୫୦୦ ଲୋକ ବାସ କରନ୍ତି । ଯାହା ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଖାସି ଜନଜାତିର ଲୋକ ଅଛନ୍ତି । ନିଜ ସ୍ୱଛତା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଗାଁ ପଲିଥିନକୁ ସମ୍ପୂର୍ଣ ରୂପେ ବର୍ଜନ କରାଯାଇଛି । ଖାଲି ଏତିକି ନୁହେଁ ଏଠାରେ ସଡକ ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି । ରାସ୍ତାର କଡ ଗୁଡିକରେ ଅଳିଆ ଆବର୍ଜନା ପକାଇବା ପାଇଁ ସ୍ଥାନେ ସ୍ଥାନେ ବାଉଁଶ ପାତରେ ତିଆରି ପାତ୍ର ରଖା ଯାଇଛି ।

ରାସ୍ତାର ଦୁଇ ପାଖରେ ଫୁଲ ଓ ଫଳର ବଗିଚା ମାନ ଓ ସ୍ୱଛତାର ନିର୍ଦେଶ ଦେଉଥିବା ବୋର୍ଡ ମଧ୍ୟ ଲଗାଯାଇଛି । ଏହି ଗାଁ ର ପ୍ରତ୍ୟକ ପରିବାରର ସଦସ୍ୟ ନିଜ ନିଜ ପାଳି ଅନୁଯାୟୀ ପ୍ରତିଦିନ କିଛି ନା କିଛି ସେବା ଯୋଗାଇଥାନ୍ତି। ଯଦି କୌଣସି ଦିନ କିଏ ଗାଁ ର ସ୍ୱଛତା କ୍ଷେତ୍ରରେ ସହଯୋଗ କରି ନଥାନ୍ତି ତେବେ ତାଙ୍କୁ ସେହି ଦିନ ଘରୁ କୌଣସି ଖାଦ୍ୟ ମିଳିନଥାଏ। ଏହି ଗାଁର ଆଉ ଏକ ବିଶେଷତା ହେଉଛି ଯେ ଏହି ଗାଁ ଟି ମାତୃକୈନ୍ଦ୍ରିକ ଅଟେ । ଏହି ଗାଁର ମହିଳା ମାନେ ହିଁ କୋଣସି ନିଷ୍ପତି ନେବାରେ ପ୍ରମୁଖ ଭୂମିକା ନିଭେଇ ଥାନ୍ତି । ମବଳିଙ୍ଗ ବାସୀ କଂକ୍ରିଟ ଘର ବଦଳରେ ବାଉଁଶ ତିଆରି ଘରେ ହିଁ ରହିଥାନ୍ତି ।

ଏହା ସହ ପଢନ୍ତୁ:

ଏହି ଗାଁରେ ଅଛନ୍ତି କେବଳ ଜଣେ ହିଁ ମାତ୍ର ବ୍ୟକ୍ତି ! ଅନୁମାନ କରନ୍ତୁ କାହିଁକି ?

ଏମିତିକି ଏହି ଗାଁ ଟି କୌଣସି ପର୍ଯ୍ୟଟନ ସ୍ଥଳୀ ରୁ ମଧ୍ୟ କିଛି କମ ନୁହେଁ । ପ୍ରତି ବର୍ଷ ଦୂର ଦ୍ଵରାନ୍ତରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ନିଜ ସ୍ୱଛତା ପାଇଁ ଏହି ଗାଁ କୁ ‘ଭଗବାନଙ୍କ ନିଜ ବଗିଚା’ର ମାନ୍ୟତା ମିଳିଛି । ମବଳିଙ୍ଗ ଗ୍ରାମ ବାସୀ ଯେ ନିଜର ଏହି ଅସାଧାରଣ କାମ ଖାଲି ଭାରତ କାହିଁକି ଦେଶ ବାହାରର ଗାଁ ଗୁଡିକ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି । ଯଦି ଭାରତର ପ୍ରତ୍ୟକ ଗାଁ
‘ମବଳିଙ୍ଗ’ରୁ ପ୍ରେରିତ ହୋଇ ଏ ଦିଗରେ ସଚେତନ ହୁଅନ୍ତେ ତେବେ ହୁଏତ ଭାରତ ଏକ ସୁନାର ଭାରତରେ ପରିଣତ ହୋଇପାରନ୍ତା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନ ଯେ କେବଳ ସ୍ବପ୍ନରେ ନରହି ବାସ୍ତବରେ ପରିଣତ ହୋଇପାରନ୍ତା କହିଲେ ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.