Below header

KBC ର ୨୦ ହଜାର ପ୍ରଶ୍ନର ଉତ୍ତର ଅପ୍ସନରେ ଆସିଲା ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସମ୍ବିତ୍‌ ପାତ୍ରଙ୍କ ନାଁ

ଭାରତୀୟ ଜନତା ଦଳର ପ୍ରବକ୍ତା ସମ୍ବିତ ପାତ୍ର ନିଜର ବୟାନ ଏବଂ ଖାସ୍‌ ଅନ୍ଦାଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ ଲୋକସଭା ନିର୍ବାଚନରେ ତାଙ୍କ ପ୍ରଚାର ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଏହି କାରଣରୁ ‘କନ ବନେଗା କରୋଡପତି’ ରେ ୨୦ ହଜାର ଟଙ୍କାର ପ୍ରଶ୍ନର ଉତ୍ତରରେ ସମ୍ବିତ ପାତ୍ରଙ୍କ ନା ଆସିଛି। ରିପୋର୍ଟ ଅନୁଯାୟୀ (କେବିସି) ପୂର୍ବରୁ ବା ୨୦ ହଜାର ଟଙ୍କାର ପ୍ରଶ୍ନରେ ଦେଶର ରାଜନେତାମାନଙ୍କ ନା ଶୁଣିବାକୁ ମିଳିଛି। ଏହାର ଅପ୍ସନରେ ବିଗ୍‌ ବି ଅମିତାଭ ବଚ୍ଚନ ଚାରୋଟି ବିକଳ୍ପ ଦେଇଛନ୍ତି। ଏହି ବିକଳ୍ପରେ ରାଜନାତ ସିଂହ, ଅମିତ୍‌ ଶାହା, ରବିଶଙ୍କର ପ୍ରସାଦଙ୍କ ସହ ଶେଷ ଅପ୍ସନରେ ସମ୍ବିତ ପାତ୍ର ମଧ୍ୟ ଥିଲେ।

ଏହାସହ ପଢନ୍ତୁ: ଜହାନାବାଦର ଇତିହାସ ରଚିଲେ ସନୋଜ ରାଜ୍‌, KBC ସିଜନ୍‌ 11 ର ହେଲେ ପ୍ରଥମ କୋଟିପତି

ରିପୋର୍ଟ ଅନୁଯାୟୀ ସମ୍ବିତ ପାତ୍ର ବିଭିନ୍ନ କାରଣରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। କେବିସି ରେ ବିହାରର ସନୋଜଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚରାଯାଇଥିଲା ସେହି ସମୟରେ ହିଁ ଏହି ପ୍ରଶ୍ନର ଉତ୍ତର ଜଣାପଡିଯାଇଥିଲା। କାରଣ ଏହି ଆବାଜ୍‌ ପ୍ରକୃତରେ ଦେଶର ଗୃହମନ୍ତ୍ରୀ ବା ଦେଶର ବହୁ ଚର୍ଚ୍ଚିତ ରାଜନେତା ଅମିତ୍‌ ଶାହାଙ୍କ ନା ଥିଲା। କିନ୍ତୁ ବିକଳ୍ପରେ ସମସ୍ତ ନା ଗୁଡିକ ଶୁଣିବା ପରେ ଶେଷରେ ସନୋଜ୍‌ ଅମିତ ଶାହାଙ୍କ ନା ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.