ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱା ଜବତ

କରଞ୍ଜିଆ(କେନ୍ୟୁଜ୍) : ବେଆଇନ ବାଲିଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ୮ଟି ହାଇୱା ଜବତ। ଓଡିଶା ଝାରଖଣ୍ଡ ସୀମାର ଥିବା କଙ୍ଗିରା ନଦୀର ଜବାସାହି ନିକଟରୁ ବେଆଇନ ଭାବେ ବାଲି ଚାଲାଣବେଳେ ଏହାକୁ ଜବତ କରାଯାଇଛି ।

ଦୀର୍ଘ ୨ମାସ ରୁ ଅଧିକ ଦିନ ଧରି ଚାଲାଣ କରାଯାଉଥିବାବେଳେ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ଯ ଫଳ ଶୂନ। ଯାହାଫଳରେ ଆଜି ବାଧ୍ୟ ହୋଇ ୫ ଗ୍ରାମର ଗ୍ରାମବାସୀ ମିଶି ଗାଡିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ତେବେ ଘାଘରବେଡା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।  ୮ ଜଣ ଗାଡି ଡ଼ାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.