ଟିନା ଡାବିଙ୍କ ପରେ ବିବାହ କରିବେ ଆଇଏଏସ ଆମିର ଅତହର ଖାନ, ପେଶାରେ ଡାକ୍ତରାଣୀ ଥିବା ଏହି ଯୁବତୀ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍‌ ନୁହନ୍ତି

ଆଇଏଏସ୍ ଟିନା ଡାବିଙ୍କ ଠାରୁ ଛାଡପତ୍ର ନେବା ପରେ ଆଇଏଏସ୍ ଆମିର ଅତହର ଖାନ ପୁଣି ଥରେ ଚର୍ଚ୍ଚାରେ । ନିକଟରେ ଜାମ୍ମୁ କାଶ୍ମୀର କ୍ୟାଡରର ସ୍ମାର୍ଟ ଆଇଏଏସ୍ ଆମିର ଅତହର ଖାନ ଡିନା ଡାବିଙ୍କୁ ଛାଡପତ୍ର ଦେବା ପରେ କାଶ୍ମୀରରେ ରହୁଥିବା ଡାକ୍ତର ମହରୀନ କାଜିଙ୍କ ସହ ନିର୍ବନ୍ଧ କରିଛନ୍ତି । ଅତହର ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଭାବି ପତ୍ନୀଙ୍କ ସହ ଫଟୋ ସେୟାର କରିଛନ୍ତି। ଡା ମହରୀନ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ସେ କ୍ୟାନସର ଇନଷ୍ଟିଚ୍ୟୁଟରେ ଡାକ୍ତର ରହିଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଆଇଏଏସ୍ ଆମିର ଅତହର ଖାନ ନିର୍ବନ୍ଧ କରିଥିବା ଯୁବତୀ ଜଣକ ଡାକ୍ତର ମହରୀନ ପେଶାରେ ଜଣେ ଡାକ୍ତର । ମହରୀନ କାଶ୍ନୀରର ମୂଳ ବାସିନ୍ଦା । ମହରୀନ ମେଡିସିନରେ ମାଷ୍ଟର କରିଛନ୍ତି। ବର୍ତ୍ତମାନ ସେ ରାଜୀବ ଗାନ୍ଧୀ କ୍ୟାନସର ଇନଷ୍ଟିଚ୍ୟୁଟ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସାଇଣ୍ଟିଫିକ୍ ଅଫିସର ଅଛନ୍ତି। ବ୍ରିଟେନର କ୍ଲିନିକାଲ କସମୋଟୋଲୋଜିରେ ପିଜି ଡିପ୍ଲୋମା କରିଛନ୍ତି। ସେ ଡେନମାର୍କରୁ ଏସ୍ଥେଟିକ୍ ମେଡିସିନରେ ଫେଲୋସିପ୍ ମଧ୍ୟ ପାଇଛନ୍ତି ।

 

View this post on Instagram

 

A post shared by Dr. Mehreen Qazi (@dr_mehreen)

ଟିନା ଦାବିଙ୍କ ସହ ଛାଡପତ୍ର ପରେ ଆଇଏଏସ୍ ଆମିର ଅତହର ଖାନ ଦ୍ୱିତୀୟ ବିବାହ କରିବେ । କିନ୍ତୁ ମହରୀନଙ୍କ ଏହା ପ୍ରଥମ ବିବାହ। ମହରୀନ ତାଙ୍କ ଆକାଉଣ୍ଟରେ ଦୁଇ ଜଣଙ୍କର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦୁହେଁ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି। ଲୋକମାନେ ଏହି ଭିଡିଓକୁ ପ୍ରଶଂସା କରୁଛନ୍ତି ।

ଆଇଏଏସ୍ ଆମିର ଅତହର ଖାନ ୨୦୧୫ ବ୍ୟାଚରେ ଦ୍ୱିତୀୟ ଟପ୍ପର ହୋଇଥିଲେ । ସେହି ବ୍ୟାଚରେ ଅଲ ଇଣ୍ଡିଆ ଟପ୍ପର ଟିନା ଡାବିଙ୍କୁ ବିବାହ କରିଥିଲେ। କିନ୍ତୁ ସେହି ବିବାହ ତିଷ୍ଠି ନଥିଲା। ଯାହା ପରେ ଉଭୟ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ନେଇଥିଲେ। ଏହା ପରେ ଟିନା ଡାବି ରାଜସ୍ଥାନ କ୍ୟାଡରର ଜଣେ ବରିଷ୍ଠ ଅଧିକାରୀଙ୍କୁ ବିବାହ କରିଛନ୍ତି। ଆଉ ଏବେ ଆମିର ମଧ୍ୟ ବିବାହ କରିବାକୁ ଯାଉଛନ୍ତି।

 

View this post on Instagram

 

A post shared by Dr. Mehreen Qazi (@dr_mehreen)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.