Below header

ଗର୍ଭାବସ୍ଥାରେ ବି ଘରକୁ ଘର ବୁଲି ଲୋକଙ୍କ ମଧ୍ୟରେ କରୋନା ସଚେତନତାର ବାର୍ତ୍ତା ବାଂଟୁଛନ୍ତି ଆଶାକର୍ମୀ

ଯାଜପୁର ଟାଉନ: କର୍ତ୍ତବ୍ୟ ଆଗରେ ହାର ମାନିଛି ଶାରୀରିକ ଅସୁସ୍ଥତା । ପେଟରେ ୮ ମାସର ଗର୍ଭ ଥାଇ ମଧ୍ୟ ମହାମାରି କୋରୋନା ସଂପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ଆଶା କର୍ମୀ । ଯାଜପୁର ଜିଲା ବିଂଝାରପୁର ବ୍ଲକ ପଂତେପୁର ପଂଚାୟତରେ କାର୍ଯ୍ୟରତ ଆଶା କର୍ମୀ ମମତା ସାହୁଙ୍କ ଏଭଳି କାର୍ଯ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା । ମମତା ଘରକୁ ଘର ଗାଁ କୁ ଗାଁ ବୁଲି କୋରୋନା ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ତାଲିକା ପସ୍ତୁତ କରି କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦେଉଛିନ୍ତି ।

pregnant asha karmi

ଯେଉଁସମୟରେ ଘରର ଏରୁଣ୍ଡି ବନ୍ଧ ଡେଇଁବା ମନା,ସେହି ସମୟରେ ନିଜ ଶାରିରିକ ଅସୁସ୍ଥତାକୁ ପଛରେ ପକାଇ କର୍ତବ୍ୟ ଓ ଦାୟିତ୍ୱକୁ ପ୍ରାଥମିକତା ଦେଇଛନ୍ତି ଏହି ଆଶା ଦିଦି । ଏ ହେଉଛନ୍ତି ବିଂଝାରପୁର ବ୍ଲକ ପଂତେପୁର ପଂଚାୟତ ମଲିଆ ଗାଁ ଆଶା ଦିିଦି ମମତା ସାହୁ । ଯିଏ ଏବେ ୮ ମାସର ଗର୍ଭବତୀ । ନିଜର ଗର୍ଭ ଯନ୍ତ୍ରଣାକୁ ପଛରେ ପକାଇ କୋରୋନା ସଚେତନତାରେ ଲାଗିପଡିଛନ୍ତି । ଘରକୁ ଘର ଏବଂ ଗାଁକୁ ଗାଁ ବୁଲି କୋରୋନା ରୋଗର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ନିଜର ଭବିଷ୍ୟତ କଥା ଚିନ୍ତା ନକରି ଅନ୍ୟମାନଙ୍କ ଭବିଷ୍ୟତ ଉଜ୍ୱଳ ଲକ୍ଷ୍ୟରେ ଏହି ଆଶା ଦିଦି ସଚେତନତା ଯାତ୍ରାରେ ବାହାରିଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଘରେ ନାନା ବାରଣକୁ ଖାତିର ନ କରି ପ୍ରତିଦିନ ଘରୁ ଗୋଡ କାଢ଼ନ୍ତି ଲୋକଙ୍କୁ ସଚେତନ କରିବା ପାଇଁ ।

pregnant asha karmi

ମାମାତଙ୍କର ଏକ ମାତ୍ର ଲକ୍ଷ୍ୟ କୋରୋନାକୁ ହରାଇବା । କୋରୋନା ଭଳି ମହାମାରୀ ଯୁଦ୍ଧରେ ନିଜେ ଜଣେ ସଚ୍ଚା ଯୋଦ୍ଧାର ପରିଚୟ ଦେଇଛନ୍ତି ମମତା । ଯାହା ଏବେ ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି । ନିଜର ଏପରି ଅସୁବିଧା ସମୟରେ ବି ପରିବାର କୁ ଛାଡି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସର୍ବାଗ୍ରେ ରଖିଛନ୍ତି । ମମତାଙ୍କ ଏପରି କାର୍ଯ୍ୟକୁ ତାଙ୍କ ଶ୍ୱଶୁର ମଧ୍ୟ ବେଶ ପ୍ରଶଂସା କରିଛନ୍ତି । କେବଳ ପରିବାର ନୁହେଁ ଅନ୍ୟ ସହକର୍ମୀ ମାନେ ମମତାଙ୍କ ଏଭଳି ସାହାସ ଓ କର୍ତବ୍ୟ ନିଷ୍ଠାକୁ ସାଲ୍ୟୁଟ୍ କରିଛନ୍ତି ।

ମମତା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ପାଳନ କରି ଅନ୍ୟ ମାନଙ୍କୁ ସଚେତନ କରି ଚର୍ଚ୍ଚାରେ ଅଛନ୍ତି ମମତା । ତାଙ୍କୁ ରାଜ୍ୟ କିମ୍ବା କେନ୍ଦ୍ରସରକାରଙ୍କ ପକ୍ଷରୁ ପୁରସ୍କୃତ କରିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.