ଗଜପତି: ଗୋମାଂସ ଚାଲାଣ ଅଭିଯୋଗରେ ଦୁଇ ଗିରଫ, ଜବତ ହେଲା ଦୁଇ ବସ୍ତା ଗୋ ମାଂସ

ମୋହନା:  ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତ୍ରଗତ ରଣାଲଇ ଗ୍ରାମରେ କରୋନା ଲାଗି ଜନସାଧାରଣଙ୍କୁ ସଚେତନତା କରୁଥିବା ବେଳେ ଗୋ ହତ୍ୟା ଓ ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍ ସହ ଦୁଇଜଣ କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଆର .ଉଦୟଗିରି ଥାନା ରଣାଲଇ ଗ୍ରାମର ସୁକାନ୍ତ ପ୍ରଧାନ (୨୩) ଓ ପ୍ରଦିପ କୁମାର ପାଣି (୨୦) । ଆଜି ରା.ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ପୋଲିସ୍ ଟିମ୍ ସହ ସଚେତନ କରିବା ଉଦ୍ଦେଶ୍ୟରେ ରଣାଲଇ ଗ୍ରାମାଞ୍ଚଳରେ ପଇଁତରା ମାରୁଥିବା ସମୟରେ ଦୁଇ ଜଣ

ଯୁବକ ବାଇକ୍ ରେ କିଛି ଲୋଡ୍ କରି ଆସୁଥିବା ଦେଖି ସନ୍ଦେହ ରେ ପଚରାଉଚରା କରିବା ବେଳେ ସେଥିରେ ଦୁଇବସ୍ତା ଗୋମାଂସ ଥିବା ଜଣାପଡିଥିଲା ।ଫଳରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ମମତା ନାୟକ ସେମାନଙ୍କ ନାମରେ ରା. ଉଦୟଗିରି ଥାନାରେ କେସ୍ ନମ୍ବର ୩୧/୨୦୨୦ ପ୍ରକାରେ ମାମଲା ରୁଜୁ କରି ଦୁଇଜଣକୁ ଗିରଫ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.