କୁଳାଙ୍ଗାର ପୁଅ: ସମ୍ପତ୍ତି ପାଇଁ ମା’କୁ ମାଡ ମାରିବା ସହ ପୋଡି ଦେବାକୁ କରୁଥିଲେ ଉଦ୍ୟମ

ଟାଙ୍ଗୀ: ଲକ୍ ଡାଉନ୍ ବେଳେ ପୁଣି ପାରିବାରିକ ହିଂସାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମରେ। ଦୁଇ ପୁଅଙ୍କ ମାଡରେ ମା ଗୁରୁତର ଆହତ ହୋଇଥିବା ବେଳେ ସାନ ଭାଇର ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତି କରିଥିଲେ। ପରେ ଭୁବନେଶ୍ୱର ଏମସ୍ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

attackସୋରଣ ମାନସିଂ ପୁର ଗ୍ରାମରେ ଅରୁପାନନ୍ଦ ବେହେରାଙ୍କର ୪ ପୁଅ ମଧ୍ୟରେ ବହୁ ପୁର୍ବରୁ ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଅବିବାହିତ ସାନ ପୁଅ ପ୍ରଭାତ ଥିବା ବେଳେ ସେ ମା ପାଖରେ ରହି ଆସୁଥିଲା। ଗତକାଲି ସଂଧ୍ୟ୍ୟା ସମୟରେ ପାରିବାରିକ ସମ୍ପତ୍ତିକୁ ନେଇ ପରିବାର ଭିତରେ ବଚସା ହୋଇଥିଲା। କ୍ରମଶଃ ବଚସା ଉଗ୍ର ରୂପ ଧାରଣ କରିଥିଲା ।

son୨ଭାଇ ନିରାକାର ଓ ସୁଦର୍ଶନ ମା କୁ ପୋଡି ମାରି ଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ସାନ ପୁଅ ପ୍ରଭାତ ଘଟଣା ସ୍ଥଳରେ ପହଁଚି ମାକୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ବେଳେ ୨ ଭାଇଙ୍କ ମାଡରେ ସେ ମଧ୍ୟ ଆହତ ହୋଇଥିଲା । ତା ମୁଣ୍ଡରେ ଗଭୀର କ୍ଷତ ସ୍ରୁଷ୍ଟି ହୋଇଥିବା ଜଣା ପଡିଛି। ୨ ପୁଅଙ୍କ ମାଡରେ ମା ସୁଲୋଚନା ବେହେରାଙ୍କର ଗୋଟିଏ ଗୋଡ ସଂପୁର୍ଣ ଭାଙ୍ଗି ରୁଜିଯାଇଛି। ଘଟଣାକୁ ନେଇ କୁହୁଡି ଫାଣ୍ଡିରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.