ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଗଠନ ହେଲା ୮ ସବ୍ କମିଟି

ଭୁବନେଶ୍ୱର(କେନ୍ୟୁଜ୍‌) : ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଗଠନ ହେଲା ୮ ସବ୍ କମିଟି । ସେବାୟତଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହେବ ଗୁରୁକୁଳ ସ୍କୁଲ । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ କରାଯିବ । ମାଟିତୋଟାରେ ୧୭ ଏକର ଜମି ଗୁରୁକୁଳ ପାଇଁ ଚିହ୍ନଟ ହୋଇଛି । ଆର୍ଥିକ ଦୁର୍ବଳ ସ୍ଥିତି ଥିବା ୪ ଶହ ସେବାୟତ ପରିବାରକୁ ଜମି ଯୋଗାଇଦିଆଯିବ ।

୮ ଏକର ଜମିରେ ପ୍ରତି ସେବାୟତଙ୍କୁ ୬ଶହ ବର୍ଗଫୁଟ ହିସାବରେ ଜମି ଓ ବାସଗୃହ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସଆଇକୁ ଅନୁରୋଧ କରିବ । ରଥଯାତ୍ରା ପରେ ରଥର ଚକ ଓ ଅନ୍ୟ ଅଂଶକୁ ମାଗଣାରେ ଯୋଗାଇ ଦିଆଯିବ ।

ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଯୋଜନା ଅନୁଯାୟୀ ଠିକ୍ ସମୟରେ ଚାଲିଛି । ଖୁବଶୀଘ୍ର ଏନ୍ଏମଏର ଅନୁମୋଦନ ମିଳିବାର ଆଶା ରଖାଯାଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ଗଠିତ ହୋଇଥିବା ପରିଚାଳନା କମିଟି ବୈଠକ ବସିଥିଲା ।

ଆସନ୍ତା ପରିଚାଳନା କମିଟି ବୈଠକରେ ଅର୍ଥ ସବ୍କମିଟିର ବଜେଟ ଆଗତ ହେବ । ଶ୍ରୀମନ୍ଦିର ରତ୍ନଭଣ୍ତାର ଯାଞ୍ଚ ଓ ଆବଶ୍ୟକ ମରାମତି ୩ ବର୍ଷୀୟା ପରିଚାଳନା କମିଟି ଅବଧି ମଧ୍ୟରେ ସମ୍ପନ୍ନ ହେବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.