ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ । ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି ଲୁଟ ।

ବରଗଡ଼ (କେନ୍ୟୁଜ୍‌): ବନ୍ଧୁକ ମୁନରେ ବ୍ୟାଙ୍କରେ ଲୁଟ । ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ବରପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ହୋଇଛି ଲୁଟ । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ୨ଜଣ ଦୁବୁର୍ତ୍ତ ବ୍ୟାଙ୍କରେ ପଶିଥିଲେ । ଅନ୍ୟ ଜଣେ ଦୁର୍ବୃତ୍ତ ବାହାରେ ଅପେକ୍ଷା କରିଥିଲା ବୋଲି ଜଣାପଡ଼ିଛି । ଡକାୟତି ବେଳେ ବ୍ୟାଙ୍କରେ ୩ଜଣ କର୍ମଚାରୀ ଥିଲେ । ଘଟଣାସ୍ଥଳରେ ବରପାଲି ପୋଲିସ ଓ ବରଗଡ଼ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.