ବିକଳ ଦୃଶ୍ୟ : ଅନୁଦାନ ଅଭାବରୁ ପରୀକ୍ଷା ଦେବାକୁ ୬କିମି ଚାଲିଲେ ୯୦ ଛାତ୍ରୀ

ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋ ମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦ ଜଣ ଛାତ୍ରୀ ଚାଲି ଚାଲି ଯାଉଥିବା ଦୃଶ୍ୟ ଭାଇରାଲ ହୋଇଛି ।

ମୟୂରଭଞ୍ଜ (କେନ୍ୟୁଜ): ପରୀକ୍ଷା ଦେବାକୁ ଚାଲିଲେ ୬ କିମି । ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋ ମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦ ଜଣ ଛାତ୍ରୀ ଚାଲି ଚାଲି ଯାଉଥିବା ଦୃଶ୍ୟ ଭାଇରାଲ ହୋଇଛି ।

ମୋରଡା ବ୍ଲକ୍ ଅଧୀନ ଭାଲିଆଡିହା ପଞ୍ଚାୟତ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ୪ର୍ଥ, ୫ମ ଶ୍ରେଣୀର ଛାତ୍ରୀ ମାନେ ମୋଟ ୯୦ ଜଣ ରାସ୍ତାରେ ଚାଲି ଚାଲି ଯିବାର ଦୃଶ୍ୟ ଦେଖି ସାଧାରଣ ଜନତା ଆଚମ୍ବିତ ହୋଇ ଯାଇଥିଲେ। କାରଣ ସମ୍ବନ୍ଧରେ ପଚାରିବାରୁ ଜଣାପଡିଲା
ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ଛାତ୍ରୀଙ୍କୁ ବାରମାଇଲ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଚଲାଇ ଚଲାଇ ନେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି । ତେବେ ଗାଡିରେ ନେବାକୁ କୌଣସି ଅନୁଦାନ ନଥିବାରୁ ପିଲାଙ୍କୁ ଚଲାଇ ଚଲାଇ ନେଇଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବିଇଓଙ୍କୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.