ନେଟ ୱର୍କିଂ ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ନବମ ଶ୍ରେଣୀ ଛାତ୍ର, ହୋଇପାରିଛନ୍ତି ଏକ ଦାମୀ କାରର ମାଲିକ

ବାଲେଶ୍ଵର(କେ ନ୍ୟୁଜ): ବାଲେଶ୍ଵର ସହରର ଗୁଡିପଦା ଅଞ୍ଚଳର ନବମ ଶ୍ରେଣୀର ଛାତ୍ର ଆୟୁସ୍ମାନ ପାଣିଗ୍ରାହୀ ଏବେ ନିଜ ବୟସ ତୁଳନାରେ ନେଟ ୱର୍କିଂ ବ୍ୟବସାୟ ରେ ମନୋନିବେଶ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଉପାର୍ଜନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । କମ ବୟସରେ ମଧ୍ୟ ସେ ଅନଲାଇନ ନେଟୱାର୍କିଙ୍ଗ ବା ଟ୍ରେଡିଂ ବିଜିନେସ କରି କୋଟିଏ ଟଙ୍କା ରୋଜଗାର କରିଥିବା ନେଇ ଜଣାଯାଇଛି । ଏତେ କମ ବୟସରେ ସେ ଏତେ ଟଙ୍କାର କେମିତି ମାଲିକ ହୋଇ ପାରିଲେ ସେ ନେଇ ଏକ ପ୍ରଶ୍ନ ବାଚୀ ଛିଡା ହୋଇଛି । ଆୟୁଷ୍ମାନ ନବମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଭଲ ଗୀତ ଗାଇ ନିଜର ସ୍ୱତନ୍ତ୍ରତା ପ୍ରତିପାଦିତ ବି କରିଛନ୍ତି | ଆଉ ଏବେ ସେ ଜୁନିୟର ବର୍ଗରେ ନିଜକୁ ସାମିଲ କରିଛନ୍ତି । ଆଜକୁ ପ୍ରାୟ ୯ ମାସ ପୂର୍ବରୁ ଆୟୁସ୍ମାନଙ୍କୁ ତାଙ୍କର କଟକର ଜଣେ ସଙ୍ଗୀତ ଶିକ୍ଷକ ଏମିତି ଅନଲାଇନ ଟ୍ରେଡିଂ ବିଜିନେସ ସମ୍ପର୍କରେ କହିଥିଲେ । ସେତେବେଳେ ଲାକଡାଉନ ଥିବା ଯୋଗୁଁ ଆୟୁସ୍ମାନ ଏ ବିଜିନେସକୁ ଗୁରୁତ୍ୱ ଦେଇଥିଲେ । ଅନଲାଇନ ସଂସ୍ଥାକୁ ସେ ପ୍ରମୋଟ କରି ସେଥିରୁ ସେ ରୋଜଗାର କରି ପାରିଛନ୍ତି। ବର୍ତ୍ତମାନ ତାଙ୍କ ଟିମରେ ୬ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି। ଯେଉଁଥିପାଇଁ ସେ ଏଥିପାଇଁ ନିଜେ ସମୟ ଦେବାସହ ପରିବାର ଲୋକ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ।

ଅନ୍ୟ ନେଟୱାର୍କ ବିଜିନେସକୁ ସେ ତୁଳନା କରି କହିଛନ୍ତି ଯେ ଏହି କମ୍ପାନୀରେ ସେ ନିଜେ ଜଣେ ମାଲିକ । ଯେବେକି ଅନ୍ୟ ବିଜିନେସରେ ସେଲସମ୍ୟାନ ଭାବେ କାମ କରିବାକୁ ପଡ଼େ । କମ ବୟସରେ ମଧ୍ୟ ରୋଜଗାରର ମାଧ୍ୟମ ବାଛିଥିବା ଆୟୁସ୍ମାନ ଆଗାମୀ ଦିନରେ ଏହି ବିଜିନେସ ଜରିଆରେ ଆହୁରି ରୋଜଗାର କରିବାର ଆଶା ରଖିଛନ୍ତି । ତେବେ ଏଭଳି ବ୍ୟବସାୟ ଭାରତୀୟ ବଜାର ଅନେକ ଦେଖିବାକୁ ମିଳିଥିବାବେଳେ ବେଳେ ଅନେକ ଲୋକ ସେଥିରେ ଠକେଇର ଶିକାର ହେଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି ।  କିନ୍ତୁ ଏନେଇ ଆୟୁସ୍ମାନ କିଛି ଭିନ୍ନ ଯୁକ୍ତି ବାଢ଼ିଛନ୍ତି । ଏହି ବ୍ୟବସାୟରେ କୌଣସି ଠକେଇର ପ୍ରଶ୍ନ ନାହିଁ ବୋଲି ସେ କହିଛନ୍ତି । ଏତେ ଅଳ୍ପ ବୟସରେ ଆୟୁଷ୍ମାନ ଏହି ବ୍ୟବସାୟ ଦ୍ଵାରା ଅଧିକ ଲାଭ ଉଠାଇଥିବା ବେଳେ ଏକ ବଡ ଦାମୀ କାରର ମଧ୍ୟ ମାଲିକ ମଧ୍ୟ ହୋଇ ପାରିଛନ୍ତି ।

Leave A Reply

Your email address will not be published.